ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପରିବାର ପକ୍ଷରୁ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଧାରଣା

An Independent Media

ଭଦ୍ରକ: ବିବାହିତା ମହିଳାଙ୍କୁ ଚକ୍ରାନ୍ତ କରି ଶ୍ୱଶୁରଘର ଲୋକେ ହତ୍ୟା କରିଥିବା ଅଭିଯୋଗ ନେଇ ଆଜି ତାଙ୍କ ପିତ୍ରାଳୟ ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମୃତା ମହିଳାଙ୍କ ପରିବାର ପକ୍ଷରୁ ତାଙ୍କ ମା’ ଅପର୍ଣ୍ଣା ସାହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ତାଙ୍କ କନ୍ୟା ଭାରତୀକୁ ତାର ଶ୍ୱଶୁରଘର ମଉଦା ନିବାସୀ ସ୍ୱାମୀ ସୌଭାଗ୍ୟ ରଂଜନ ସାହୁ, ଦିଅର ବିଶ୍ୱରଂଜନ ଓ ଶାଶୁ-ଶ୍ୱଶୁର ଚକ୍ରାନ୍ତ କରି ନିଆଁରେ ପୋଡି ଗତ ୨୦୧୯ ନଭେମ୍ବର ୫ ରେ ହତ୍ୟା କରିଥିଲେ । ଏ ସଂପର୍କରେ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହେବାର ୮ଦିନ ପରେ ସ୍ୱାମୀ ସୌଭାଗ୍ୟକୁ ପୁଲିସ୍ ଗିରଫ କରିଥିଲେ ମଧ୍ୟ ଅନ୍ୟ କୌଣସି ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ସେମାନେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ବୁଲିବା ସହ ତାଙ୍କ ପରିବାରକୁ କେଶ୍ ନଉଠାଇଲେ ହତ୍ୟା କରାଯିବ ବୋଲି ଧମକ ଦେଉଥିଲେ । ଯେଉଁଥିପାଇଁ ବାଧ୍ୟହୋଇ ଆଜି ମୃତା ଭାରତୀଙ୍କ ପିତ୍ରାଳୟ ଓ ସଂପର୍କୀୟମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସଂପର୍କରେ ସମୂହ ଧାରଣା ଦେଇଥିଲେ । ତେବେ ଦୀର୍ଘ ସମୟର ଧାରଣା ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ଧାରଣା ସ୍ଥଳରେ ପହଞ୍ôଚ ବୁଝାସୁଝା କରି ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତ ଦିଅର ବିଶ୍ୱରଂଜନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବାପରେ ଉକ୍ତ ସମୂହ ଅନଶନ ଓ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

error: Thank You Keep Visiting