ଅଫିସ୍‌ରେ ମହିଳା କର୍ମଚାରୀଙ୍କୁ ଟଣାଓଟରା ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଲମଛାଡ ଆନ୍ଦୋଳନ

An Independent Media

ଭଦ୍ରକ: ଏକ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ ଥାନାରେ ଏତଲା ପରେ ବି ଅଭିଯୁକ୍ତକୁ ପୁଲିସ୍ ଧରିପାରୁନାହିଁ । ଏହାର ପ୍ରତିବାଦ କରି କର୍ମଚାରୀମାନେ ଏବେ କଲମଛାଡ ଆନ୍ଦୋଳନ ଦେଇଛନ୍ତି । ଏମିତି ପରିସ୍ଥିତି ଦେଖାଦେଇଛି ଭଦ୍ରକ ଜିଲା ଧାମନଗର ଏନ୍‌ଏସି କାର୍ଯ୍ୟାଳୟରେ । ଏହି ଘଟଣାରେ ଧାମନଗର ଥାନା ତାଳପଦା ଗାଁର ବିକାଶ ଚନ୍ଦ୍ର ମହାନ୍ତିଙ୍କ ନାଁରେ ଏନ୍‌ଏସି ଅଫିସ୍‌ର ଜଣେ ମହିଳା କର୍ମଚାରୀ ଏତଲା ଦେଇଛନ୍ତି । କୌଣସି ବିବାଦକୁ ନେଇ ବିକାଶ ନାମକ ଯୁବକ କାର୍ଯ୍ୟାଳୟରେ ପଶି କାର୍ଯ୍ୟନିିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ଗାଳିଗୁଲଜ କରିଥିଲେ । ତେବେ ମହିଳା କମ୍ୟୁନିଟି ଅର୍ଗାନାଇଜର ସୁଷମା ରାଣୀ ରାଉତ ତାଙ୍କୁ ଆକଟ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ମହିଳା କର୍ମଚାରୀଙ୍କୁ ଟଣାଓଟରା କରିଥିବା ମଧ୍ୟ ଅଭିଯୋଗ କରାଯାଇଛି । ଏନେଇ ଧାମନଗର ଥାନାରେ ମହିଳା କର୍ମଚାରୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ୍ ନେଇନଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏନ୍‌ଏସି କର୍ମଚାରୀମାନେ କଲମଛାଡ ଆନ୍ଦୋଳନ କରିଛନ୍ତି । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ କଲମଛାଡ ଆନ୍ଦୋଳନ ଚାଲିବ ବୋଲି କର୍ମଚାରୀମାନେ ଧମକ ଦେଇଛନ୍ତି ।

error: Thank You Keep Visiting