ବାଂଶଡା ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରତି ବିଭାଗର ବୈମାତୃକ ମନୋଭାବ, ଅବସ୍ଥା ସୁଧୁରିବ କେବେ!

An Independent Media

ଭଦ୍ରକ: ବାଂଶଡା ପଂଚାୟତ ପ୍ରତି ଅହେତୁକ ବୈମାତୃକ ମନୋଭାବ ପୋଷଣ କରୁଛି ଚାନ୍ଦବାଲି ଠାରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ । ଚାନ୍ଦବାଲି ଠାରେ ଅବସ୍ଥାପିତ ଏସଡିଓ ଏବଂ ଜେଇ ଏହି ପଂଚାୟତ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ତାହା ଆନ୍ଦୋଳନର ରୂପ ନେବାକୁ ବସିଛି । ଘଟଣାରୁ ଜଣାଯାଇଛି ଧାମରା- ବାଂଶଡା ୮ କି.ମି ରାସ୍ତା ୨୦୦୮ମସିହାରେ ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଦୀର୍ଘ ୧୨ବର୍ଷ ବିତି ଯାଇଥିିଲେ ମଧ୍ୟ ତାହାର ମରାମତି ଆଜି ପର୍ଯ୍ୟନ୍ତ ହୋଇପାରୁନଥିଲା । ବହୁ ବାଦାନୁବାଦ ପରେ ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ନଜର ରଖିବେ ବୋଲି କହି କେବଳ ଧାମରା ପଂଚାୟତରେ ଥିବା ୪କି.ମି ରାସ୍ତା ମଧ୍ୟରୁ ୧ କି.ମି ରାସ୍ତା ସଂପୂର୍ଣ ବ୍ୟବହାର ଅନୁପୋଯୋଗୀ ହେବାରୁ ବିଭାଗୀୟ ଅଧିକାରୀ ଏହି ରାସ୍ତାକୁ ପିଚୁ କରିବା ପାଇଁ କାର୍ଯ୍ୟାଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ବାଂଶଡା ପଂଚାୟତର ୧.୫ କି.ମି ରାସ୍ତା ସଂପୂର୍ଣ ଖରାପ ହୋଇ ପଡିଥିବା ବେଳେ କେଉଁ ପରିସ୍ଥିତିରେ ଏହାକୁ ପୁନଃ ନିର୍ମାଣ କରାଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି ।ଏହାର କାରଣ ଖୋଜିବାକୁ ଗଲେ କେତେବେଳେ ବିଭାଗୀୟ ଅଧିକାରୀ ଏସଡିଓ ନିଜର ମତ ରଖି କୁହନ୍ତି ଦେଖିବା , ଆଗାମୀ ଦିନରେ ନିଶ୍ଚୟ ହେବ ।ଏହି ଅଂଚଳରେ ନୂଆ ନୂଆ ପ୍ରୋଜେକ୍ଟ ପାଇଁ ବିଭାଗୀୟ ଅଧିକାରୀ ରାତି ରାତି ଏହି ଅଂଚଳରେ ରହି ସ୍କେଚ ମ୍ୟାପ ବନାଉଥିବା ବେଳେ କଣ ପାଇଁ ଏହି ରାସ୍ତା କଥା ସଂପୂର୍ଣ ପାଶୋରି ଯାଉଛନ୍ତି ? ଦୀର୍ଘ ଦିନ ହେବ ଏହି ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନବାଚୀ ହୋଇ ପଡିଛି ।ଏହି ୮ କି.ମି ରାସ୍ତା ଧାମରା ବନ୍ଦର ପାଇଁ ମୁଖ୍ୟ ରାସ୍ତା ବନିଥିବା ବେଳେ ଏହି ରାସ୍ତା ଦେଇ କେନ୍ଦ୍ରାପଡା,ଏବଂ ଭଦ୍ରକ ଯାତାୟତ କରିବା ସହଜ ହୋଇଥାଏ ବୋଲି ଅଂଚଳବାସୀ ମତ ପୋଷଣ କରିଥାନ୍ତି ।ସେହିପରି ଚାନ୍ଦବାଲି ମତୋ ଘଂଟେଶ୍ୱର ଅଂଚଳବାସୀ ଏହି ମୁଖ୍ୟ ରାସ୍ତା ଦେଇ ଧାମରା କୁ ଆସିଥାନ୍ତି । ଦୀର୍ଘ ୧୨ବର୍ଷ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଥରୁଟିଏ ଏହି ରାସ୍ତାକୁ ମରାମତି କରିବା ସମ୍ଭବ ହୋଇ ପାରି ନଥିବାରୁ ଅଂଚଳବାସୀ ଏହି ରାସ୍ତା ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବସିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦୀର୍ଘ ଦିନ ହେବ ପାଣିର ଗାର ସଦୃଶ ପାଲଟିଛି । ଫଳରେ ବିଭାଗୀୟ ଅଧିକାରୀ କେବଳ ମତପୋଷଣ କରି କାଗଜ କଲମରେ ରାସ୍ତା ମରାମତି କଥା ଭାବୁଛନ୍ତି ବୋଲି ବାଁଶଡା ଅଂଚଳର ବାସିନ୍ଦା ଶୁଭଙ୍କର ବାରିକ ମତ ରଖିଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ଅପାରଗତା ଯୋଗୁ ଏହି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ବୋଲି ବୁଦ୍ଧିଜିବୀ ମତପୋଷଣ କରିଛନ୍ତି ।

error: Thank You Keep Visiting