ଜୟପୁରରେ କୁକୁଡା ମଡକ

An Independent Media

ଜୟପୁର  : କୋରାପୁଟ ଜିଲା ଜୟପୁରରେ ଗତ କିଛି ଦିନ ହେବ କୁକୁଡ଼ା ମଡକ ଚିନ୍ତା ବଢେଇ ଦେଇଛି । ଗତ ସପ୍ତାହକ ମଧ୍ୟରେ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରି ପଡୁଥିବାର ଦେଖାଯାଉଛି ।  ଏହାକୁ ନେଇ କୁକୁଡ଼ା ଚାଷୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁଡ଼ା ମାନେ ମୁଣ୍ଡ ବୁଲାଇ ପଡୁଥିବାର ଦେଖାଯାଉଛି। ଏହାର ଦିନେ ଦୁଇ ଦିନ ମଧ୍ୟରେ ସେମାନେ ମରିଯାଉଥିବାରୁ  ଚାଷୀମାନେ ଚିନ୍ତିତ ହୋଇପଡିଲେଣି ।  ତେବେ ରୋଗ ଚିହ୍ନଟ ହୋଇ ନ ଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳରେ ମର୍ଡି ରୋଗ ବୋଲି ଅନୁମାନ କରାଯାଉଛି। ତେବେ ଏହା ମର୍ଡି ନା ଆଉ କିଛି ଫ୍ଳୁ ଜନିତ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

error: Thank You Keep Visiting