ତିନି ବରିଷ୍ଠ ସାରସ୍ୱତ ସାହିତ୍ୟିକଙ୍କୁସମ୍ବର୍ଦ୍ଧନା

An Independent Media

ଭଦ୍ରକ: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁବରିଷ୍ଠ ସାରସ୍ୱତ ସାଧକ ସମ୍ମାନ ପାଇବାକୁ ଭଦ୍ରକ ଜିଲାରୁ ୩ ଜଣ ବରିଷ୍ଠ ସାହିତ୍ୟିକଙ୍କୁମନୋନୀତ କରାଯାଇଛି । ଏହାକୁ ନେଇ ଭଦ୍ରକର ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶପାଇଛି । ଏମାନେ ହେଲେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ଶିଶୁ ସାହିତ୍ୟିକ ଡ. ମନୀନ୍ଦ୍ର ମହାନ୍ତି ଓ ଅବସରପ୍ରାପ୍ତପ୍ରଶାସକ ତଥା ବିଶିଷ୍ଟ ଲେଖକ ରବି ମହାପାତ୍ର । ପ୍ରଫେସର ଶ୍ରୀ ମହାପାତ୍ର ଜଣେ ବିଶିଷ୍ଟଗାଳ୍ପିକ ଓ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର । ଡ. ମନୀନ୍ଦ୍ର ମହାନ୍ତି ଓଡ଼ିଶା ଶିଶୁ ସାହିତ୍ୟଗବେଷଣା ପରିଷଦର ସଭାପତି ଓ ବିଶିଷ୍ଟ ସାହିତ୍ୟିକ । ପ୍ରଶାସକ ରବି ମହାପାତ୍ର ଭୁବନେଶ୍ୱରବାସିନ୍ଦା ହୋଇଥିଲେ ହେଁ ସେ ଭଦ୍ରକ ଜିଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ଭ୍ରମଣ ଓ ଶୀକାରକାହାଣୀ ରଚନାରେ ତାଙ୍କର ଯଥେଷ୍ଟ ପାରଦର୍ଶିତା ରହିଛି । ଏହି ୩ ଜଣ ବିଶିଷ୍ଟ ଯୋଗ୍ୟସାହିତ୍ୟିକଙ୍କୁ ସମ୍ମାନିତ ଓଡ଼ିଶା ସାହିତ୍ୟ ଏକାଡେମୀ ମନୋନୀତ କରିଥିବାରୁ ଜିଲା ସାହିତ୍ୟିକମହଲରେ ଉଲ୍ଲାସ ଭରିଦେଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ଶଶଧର ଦାସ ଓ ଉତ୍କଳମଣିଫାଉଣ୍ଡେସନ ଟ୍ରଷ୍ଟ ତଥା ରୂପାୟନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଏହି ୩ ଜଣଙ୍କୁହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

error: Thank You Keep Visiting