ଡାକ୍ତର ଦେଖାଇ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଚାଲିଗଲା ଜୀବନ

An Independent Media

ଭଦ୍ରକ: ବସ୍‌ରୁ ଓହ୍ଲାଇବା ବେଳେ ଟଳିପଡିଲେ । ଏମିତି ଦୃଶ୍ୟଦେଖିବାକୁ ମିଳିଛି ଭଦ୍ରକ ସହରର ବନ୍ତଛକରେ । ସୂଚନା ଅନୁଯାୟୀ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ଇରମ ଅଂଚଳର ବଙ୍କୁ ବେହେରାଙ୍କର ହାର୍ଟ ଜନିତ ରୋଗ ଥିଲା । ସେ ନିଜ ସ୍ତ୍ରୀ ଓ ପୁଅ ସହ କଟକରେଡାକ୍ତରଙ୍କୁ ଦେଖାଇ ବସ୍ ଯୋଗେ ଘରକୁ ଫେରୁଥିଲେ । ବନ୍ତ ଛକ ନିକଟରେ ବସ୍‌ରୁ ଓହ୍ଲାଇବା ବେଳେହଠାତ୍ ଛାତି ଯନ୍ତ୍ରଣା ଯୋଗୁଁ ତଳେ ପଡିଯାଇଥିଲେ । ପେଟ୍ରୋଲିଂରେ ଥିବା ପୁଲିସ୍ ତାଙ୍କୁ ଭଦ୍ରକମେଡିକାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

error: Thank You Keep Visiting