ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରପୂର୍ଣ୍ଣାହୂତି ସମ୍ପନ୍ନ

An Independent Media

ଭଦ୍ରକ: ଭଦ୍ରକ ପୌରପାଳିକା ଅଧିନସ୍ଥ ଦେବଭୂମୀ ଗବସାହି ଠାରେସଂକଟମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଶେଷ ଦିବସରେ ଆରମ୍ଭ ହୋଇଥିବା ମହାଯଜ୍ଞରପୂର୍ଣ୍ଣାହୂତି ସମ୍ପନ୍ନ ହୋଇଛି । ଆଜି ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ସଂକଟମୋଚନଙ୍କଦର୍ଶନ କରିଥିଲେ । ଅଖଣ୍ଡ ହନୁମାନ ଚାଳିଶା ପାଠ ସହିତ ପାରମ୍ପରିକ ପୂଜାପାଠ ସମଗ୍ର ଅଞ୍ଚଳରେ ଏକଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ,ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର,ରୋଟାରୀ ମିଡ଼ଟାଉନର ସଭାପତି ଅତିଶ ବେହେରା, ସମାଜସେବୀ ଚନ୍ଦନ ସାହା, ସଂଜୟ ସାହୁ, ସ୍ୱାଧିନ ସୁନ୍ଦର ଦାସ, ୟୁଡ଼ି ଗ୍ରୁପର ମୁଖ୍ୟ ଅତୁଲ ନାୟକ, ଫ୍ରେଣ୍ଡସ ଗ୍ରୁପର ମୁଖ୍ୟ ରଶ୍ମୀରଂଜନ ସାହୁଙ୍କ ସମେତ ବହୁ ସମାଜସେବୀ ଓଶ୍ରଦ୍ଧାଳୁ ଉପସ୍ଥିତ ରହି ବଜରଙ୍ଗବାଲୀଙ୍କ ଆର୍ଶୀବାଦ ନେଇଥିଲେ । ଏଠାରେ ସୂଚନାଯୋଗ୍ୟ୧ତାରିଖରେ ପାରମ୍ପରିକ ପୂଜାର୍ଚ୍ଚାନା ଓ ମନ୍ତ୍ରଧ୍ୱନୀ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ବିଶାଳ ବାଇକଶୋଭାଯାତ୍ରା ମଧ୍ୟରେ ଜ୍ଞାନପ୍ରକାଶ ପାଣୀ, ଜଗନ୍ନାଥ ହାଜରା,ଦିନବନ୍ଧୁ ସାହୁ ଏକ ସୁସଜ୍ଜିତ ରଥରେ ହନୁମାନଙ୍କଆଜ୍ଞାମାଳ, ଆଜ୍ଞା ଦୀପ ଓ ଆଜ୍ଞା ଧ୍ୱଜ ଆଣି ଗବସାହିଠାରେ ପହଞ୍ଚିବାପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇ ଦିନର ପାରମ୍ପରିକପୂଜାର୍ଚ୍ଚନା ପରେ ଆଜି ଆରମ୍ଭ ହୋଇଥିବା ଯଜ୍ଞର ପୂର୍ଣ୍ଣାହୂତି ସମ୍ପନ୍ନ ହୋଇଥିଲା । ପ୍ରଦୀପପାଲ, ପ୍ରଶାନ୍ତ ଦାସ, ରାଜେନ୍ଦ୍ର ଜେନା, ମଧୁସୁଦନ ମିଶ୍ର, ସରୋଜ ରାଉଳ, ଭଗବାନ ଜେନା, ପ୍ରଶାନ୍ତ ସାହୁ, ଅଶୋକ ଦେଙ୍କ ସମେତ ଦେବଭୂମୀ ଗବସାହିରଶତାଧିକ ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

error: Thank You Keep Visiting