ଲାଗିଲା ହାଇମାକ୍ସ ଲାଇଟ୍

An Independent Media

ଭଦ୍ରକ: କାନପୁର ଘୁଷୁରା କଥା କାହାକୁ ଅଜଣା!ଭଦ୍ରକ ଜିଲାର ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁର୍ଘଟଣା ଅଂଚଳ ଭାବେ କାୟା ବିସ୍ତାର କରିଛି। ଏଠାରେ ଦୁଇ ବର୍ଷ ଭିତରେ ୧୦ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦୦ ରୁ ଉର୍ଦ୍ଧ୍ୱ ଲୋକଦୁର୍ଘଟଣାର ଶୀକାର ହେଲେଣି । ଏ କଥାକୁ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରଦେଶସେବା ସଂଗଠନ’ ଗମ୍ଭୀର ଭାବେ ନେବା ସହିତ ଗତ ଜୁନ୍ ମାସରେ ଏ ଅଂଚଳରେ ଏକ ନାମସଂକୀର୍ତ୍ତନ କରି ଆରମ୍ଭ କରିଥିଲା ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ । ଯାହାକୁକି ହୃଦୟରୁ ଗ୍ରହଣ କରିଥିଲେ ଭଦ୍ରକ ଜିଲାପାଳ ଡକ୍ଟର ଜ୍ଞାନ ଦାସ, ଆରଟିମହୋଦୟ ଓ ତିହିଡି ଥାନାର ଆଇଆଇସି ମହୋଦୟ । ସଂଗଠନର ଦାବିକୁ ଉଚିତ୍ ମନେକରି ଦୁର୍ଘଟଣା ନିରାକରଣପାଇଁ ପ୍ରଥମେ  ଜିଲପାଳ ଏ ଅଂଚଳକୁ ଦୁର୍ଘଟଣାପ୍ରବଣ ଅଂଚଳ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ତିହିଡି ଥାନା ଅଧିକାରୀ ୩ଟି ବ୍ୟାରିକେଟ୍ପ୍ରଦାନ କରିଛନ୍ତି ଓ ଆଉ ତିନୋଟି  ଖୁବ୍ ଶୀଘ୍ରଯୋଗାଇ ଦେବା ପାଇଁ ଜଣାଇଛନ୍ତି । ଏହାପରେ ପ୍ରଦେଶ ସେବା ସଂଗଠନ ନିଜସ୍ୱ ଖର୍ଚ୍ଚରେ ଏଠାରେଦୁର୍ଘଟଣା ଅଂଚଳ ଫଳକ ସ୍ଥାପନ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଯେଉଁଥିରେମୁଖ୍ୟ ଅତିଥି ହୋଇଥିଲେ ଭଦ୍ରକ ଆରଟିଓ । ସେ ମଧ୍ୟ ଘୋଷଣା କରିଛନ୍ତି ଖୁବ୍ ଶୀଘ୍ର ଦୁର୍ଘଟଣାପ୍ରବଣ ଅଂଚଳ ପାଖରେ ଥିବା ଗାଁ ରାସ୍ତା ପାଖରେ ରେଡ୍ ଲାଇଟ୍ ଯୋଗାଇ ଦେବେ । ଏହାପରେ ଜିଲାପାଳ, ବାମନବିନ୍ଧାପଂଚାୟତର ସରପଞ୍ଚ ଅମର ଦାସ ଓ ଆଦାନୀ ଗ୍ରୁପ୍‌ର ମିଳିତ ସହଯୋଗରେ ଆଲୋକୀକରଣ ପାଇଁ ପ୍ରଥମହାଇମାକ୍ସ ଲଗାଯାଇଛି । ଖୁବ୍‌ଶୀଘ୍ର ଏ ଅଂଚଳକୁ ସଂପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ ପ୍ରଦେଶସେବା ସଂଗଠନ ଅନୁରୋଧ କରୁଛି । ତତ୍ ସହିତ ପ୍ରଦେଶ ସେବା ସଂଗଠନ ଖୁବ୍ ଶୀଘ୍ର ଏ ଦୁର୍ଘଟଣାପ୍ରବଣ ଅଂଚଳକୁ ସିସି କ୍ୟାମେରା କରିବାକୁ ଯାଉଛି । ଦୁର୍ଘଟଣା ନିବାରଣ ନକରି ପାରିଲେ ମଧ୍ୟଦୁର୍ଘଟଣା ନିରାକରଣ ନିଶ୍ଚିତ ହେବ ବୋଲି ପ୍ରଦେଶ ସେବା ସଂଗଠନ ଆଶା ଓ ବିଶ୍ୱାସ ରଖି ସମସ୍ତଙ୍କୁକୃତଜ୍ଞତା ଜ୍ଞାପନ କରିଛନ୍ତି ।

error: Thank You Keep Visiting