ଖ୍ୱାଜା ଗରିବ ନୱାଜ (ର.ଅ.)ଙ୍କ ୩୬ତମସମାରୋହ

An Independent Media

ଭଦ୍ରକ: ପୁରୁଣାବଜାର ଖ୍ୱାଜା ଗରିବ ନୱାଜକମିଟି ଆନୁକୂଲ୍ୟରେ ପୁରୁଣାବଜାର ସ୍ଥିତ ଜାମା ମସ୍‌ଜିଦ୍ ଛକ ଠାରେ ଦୁଇ ଦିନ ବ୍ୟାପୀ ଖ୍ୱାଜାଗରିବ ନୱାଜ (ର.ଅ.)ଙ୍କ ୩୬ତମ ବାର୍ଷିକ ସମାରୋହ ଉଦ୍‌ଯାପିତ ହୋଇ ଯାଇଛି । ଏହି ସମାରୋହର ପ୍ରଥମଦିନ ରାତ୍ରି ୮ଘଟିକା ସମୟରେ ସର୍ବସାଧାରଣଙ୍କ ପାଇଁ ଲଙ୍ଗର (ପ୍ରାସଦ)ର ବ୍ୟବସ୍ଥା କରାଯାଇଥିଲା। ଦ୍ୱିତୀୟ ଦିନ ସନ୍ଧ୍ୟା ୫ ଘଟିକା  ସମୟରେ ଏକଚାଦର ଶୋଭାଯାତ୍ରା ଜାମା ମସ୍‌ଜିଦ୍ ଛକରୁ ବାହାରି ଖାନ୍‌କାହ ସରିଫ ଠାରେ ପହଞ୍ଚି ସାନ ସରକାରବାବା ଓ ବଡ଼ ସରକାର ବାବାଙ୍କ ସମାଧି ଠାରେ ଚାଦର ଚଢା ଯାଇଥିଲା ଏବଂ ରତ୍ରି ୯ ଘଟିକା ଠାରୁ ଏକଧର୍ମସଭାର ଆୟୋଜନ କରାଯାଇଥିଲା । ଏହି ଧର୍ମସଭାରେ ମୋବାସିର ରହେମାନୀଙ୍କ ଅଧ୍ୟକ୍ଷତାରେ ଓ ଜାମାମସ୍‌ଜିଦ୍‌ର ଏମାମ ମହମ୍ମଦ ସାଦିକ ହୋସେନଙ୍କ କୁରାନ ଜିଲାୱତରୁ ଏବଂ ମୁସ୍ତାକ ଗୌହରଙ୍କସଂଚାଳନରେ ଆରମ୍ଭ ହୋଇଥିଲା । ଏଥିରେ ମୌଲାନା ମଖସୁର ଆଲମ ଜାମି, ସାଏରଅଖତର ପରୱାଜ (ବିହାର), ସାଏର ମଶିମ ଗୋପାଲପୁରୀ (ଆଲ୍ଳାହାବାଦ) ଓ ଅଲ୍ଲିମୁଦ୍ଦିନବେକସ୍ (ଓଡ଼ିଶା)ରୁ ଆସି ଯୋଗଦାନ କରି ଖ୍ୱାଜା ଗରିବ ନୱାଜଙ୍କ ନିତିବାଣୀ ଉପରେ ଆଲୋକପାତ କରିଥିଲେ।  କମିଟିର ସଭାପତି ନସରୁ ଖାଁ, ଉପସଭାପତିଶେଖ ଅନୱର, ସମ୍ପାଦକକଲିମୁଦ୍ଦିନ ଖାଁ, ଗୋଲାମ ମୋହିଦ୍ଦିନ, ମିନହାଜ କାଦ୍‌ରୀ, ଇସାର ଅଲ୍ଲୀ,ଶେଖ ସୁଲ୍ଲୋ, ଶେଖ ଇଲିୟାସ, ଇସ୍‌ଲାମ ଖାଁ, ଏମାମୁଲ ଖାଁ, ଲୋକମାନ ଖାଁ, ଶେଖ ନୌଶାଦ, ମୀର କାଲିଆ,  ଅଲିହୋସେନ ପ୍ରମୁଖ ପରିଚାଳନା କରିଥିଲେ । ଭାଇଚାରା ସମାରୋହରେ ଅତିଥି ଭାବେ ହରି ନନ୍ଦୀ, ବିଦ୍ୟାଧରସାହୁ, କିରଣଗୁଇଁ, ଲକ୍ଷ୍ମୀଧର, ବସନ୍ତନାୟକ, ପାଗୁଳୁସାହୁ, ଶେଖସିରାଜୁଦ୍ଦିନ, ଅସରଫ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ । କମିଟି ପକ୍ଷରୁସମସ୍ତଙ୍କୁ ଧନ୍ୟବାଦ ଦିଆ ଯାଇଛି ।

error: Thank You Keep Visiting