କେନ୍ଦ୍ରାପଡାରେ ଭାଇଚାରା ନଷ୍ଟ ହେବା ପାଇଁଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ

An Independent Media

କେନ୍ଦ୍ରାପଡା: ଜିଲ୍ଲାରେ ପ୍ରଶାସନିକଦୂରଦୃଷ୍ଟି ଅଭାବରୁ ଭାଇଚାରା ନଷ୍ଟ ହେବା ଆଶଙ୍କା କରି ଜିଲ୍ଲା  କଂଗ୍ରେସ ଓବିସି ସେଲରସଭାପତି  ବିଧୁଭୂଷଣ ମହାପାତ୍ର  ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ  ପାଇଁ ତାଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ  କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେକେନ୍ଦ୍ରାପଡା  ଏକ ଭାଇଚାରାର ଜିଲ୍ଲା ଭାବରେଖ୍ୟାତି ରହିଥିବା ବେଳେ ଏଠାରେ କେତେକ ଘଟଣାକୁ ନେଇ ତାହା ବ୍ୟାହାତ ହେବାର ଆଶଙ୍କା ସୃଷ୍ଟିହୋଇଛି । ସେହି ଘଟଣା ଗୁଡିକୁ ଗୁରୁତ୍ୱ ସହକାରେ ନେବା ପାଇଁ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣକରିଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତି ପଂଚାୟତରେ ବିକାଶର ଧାରା ନାମରେ ଶିଶୁ ଉଦ୍ୟାନ,ପାର୍କ, ଖେଳପଡିଆ,ଷ୍ଟାଡିୟମ ଓ କଲ୍ୟାଣମଣ୍ଡପ ପ୍ରଭୃତି ନିର୍ମାଣ ଚାଲିଛି।  ଏଥିନିମନ୍ତେ ପଂଚାୟତ ଠାରୁ ଆରମ୍ଭ କରିଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) ପର୍ଯ୍ୟନ୍ତ କୈାଣସି ଠାରେ ଏଥିନିମନ୍ତେନିର୍ଦ୍ଦିଷ୍ଠ ଖସଡା ପ୍ରସ୍ତୁତ ହୋଇନାହିଁ । ବିନା ନକ୍ସା, ଏଷ୍ଟିମେଟ, ମଞ୍ଜୁରୀ ଓ ଯୋଜନାରେ ଏହିସବୁ ନିର୍ମାଣକାର୍ଯ୍ୟ ଚାଲୁ ରହିଛି । ଏଥି ପାଇଁ ଗ୍ରାମପଂଚାୟତ ଗୁଡିକରେ କାର୍ଯ୍ୟ ନିର୍ବାହୀ ଚୟନ କରିବା,ସୂଚନା ଫଳକ ମରାଯିବା, ସୂଚନା ଫଳକରେ କାର୍ଯ୍ୟର ନକ୍ସା, ସାରଣୀ ଓ କାର୍ଯ୍ୟରମାନ ଉଲ୍ଲେଖ ରହିବା କଥା । ମାତ୍ର ଏସବୁ କିଛି ନଥାଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହାଦ୍ୱରାସାଧାରଣ ଜନତାଙ୍କ ପକ୍ଷରୁ ଏନେଇ ପରଷ୍ପରକୁ ସନ୍ଦେହ କରିବା ସହ ପଂଚାୟତ ଠାରୁ ଆରମ୍ଭ କରିଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ ହେବାରେ ଲାଗିଛି । ଏହାଦ୍ୱାରା ଗ୍ରାମାଚଂଳରଗରୀବ ଖଟିଖିଆ ମୂଲିଆ ଜନତାଙ୍କ ମଧ୍ୟରେ ଅସୂୟା ମନୋଭାବ ସୃଷ୍ଟି ହେଉଛି । ଫଳରେ ଅଶାନ୍ତିରବାତାବରଣ ସୃଷ୍ଟି କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି ସୂଚନା ଅଧିକାର କର୍ମୀ ରଞ୍ଜନ ଦାସରଅକାଳ ବିୟୋଗର ଘଟଣା । ଏଭଳି ହେବା ଦ୍ୱାରା ପରଷ୍ପର ଭିତରେ ଅସୂୟା ଭାବ ବୃଦ୍ଧି ହେବା ସହିତଗ୍ରାମର ସରକାରୀ ଗୋଚର ଜମି, ଶ୍ମଶାନ, କାଡାକେନାଲ,  ପୋଖରୀ ହୁଡା, ଜଳାଶୟ ଗୁଡିକ ତା’ର ଅସ୍ତିତ୍ୱ ହରାଉଛି । ତେଣୁ ଏସବୁକୁ ବିଚାରକୁ ନେଇ ଦୂରଦୃଷ୍ଟି ସମ୍ପନ୍ନଭାବରେ ପ୍ରଥମେ ନିର୍ମାଣ ପାଇଁ ଭୂମି ଚୟନ କରିବା,ପ୍ରକଳ୍ପର ନକ୍ସାପ୍ରସ୍ତୁତ କରାଯିବା,ସାଧାରଣ ଲୋକଙ୍କ ଠାରୁ ମତାମତ ଓ ଅଭିଯୋଗଗ୍ରହଣ କରିବା,ପ୍ରକଳ୍ପ ଗୁଡିକରେ ଉନ୍ନତମାନର ସାମଗ୍ରୀବ୍ୟବହୃତ କରି ସୁଦୃଢ ପ୍ରକଳ୍ପ ସ୍ଥାପନ କଲେ ଏବଂ ସରକାରୀ ନୀତିନିୟମରେ ଅଧରକ ଅର୍ଥ ବ୍ୟୟବରାଦହେଉଥିବା ପ୍ରକଳ୍ପ ନିମନ୍ତେ ଟେଣ୍ଡର ବ୍ୟବସ୍ଥା କରାଗଲେ ଜନସାଧାରଣଙ୍କ ମଧ୍ୟରେ ଆଉ ସନ୍ଦେହରହିବ ନାହିଁ । ଫଳରେ ତଳସ୍ତରର କର୍ମଚାରୀ ଯଥା କନିଷ୍ଠ ଯନ୍ତ୍ରୀ,ପିଇଓ ଏବଂ ଜିଆରଏସମାନେ ସୁରକ୍ଷିତ ରହିବା ସହିତ ସରପଂଚ, ୱାର୍ଡମେମ୍ବର, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନେସାଧାରଣ ଲୋକଙ୍କ ଠାରୁ ଅସୂୟା ପରିବର୍ତ୍ତେ ଯଥେଷ୍ଟ ସମ୍ମାନ ପାଇପାରିବେ । ଭବିଷ୍ୟତରେ ଏଥିପାଇଁଘର ଘର ଓ ଗାଁ ଗାଁ  ମଧ୍ୟରେ ମାଲିମକ୍କଦ୍ଦମାନହୋଇ ଭାଇଚାରାର ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା କଂଗ୍ରେସ ଓବିସି ସେଲରସଭାପତି ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

error: Thank You Keep Visiting