ଘରେ ପଶି ହାତୀ ଦଳି ଦେଲା ବୃଦ୍ଧାଙ୍କୁ

An Independent Media

ଅନୁଗୋଳ:    ହଣ୍ଡପା ବନାଞ୍ଚଳ କମରେଇ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ ଘରେ ଥିବାବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ  ଶୋଇ ଥିବାବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦେଵକୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସକାଳେ ଏହା ଦେଖିବା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି । 

error: Thank You Keep Visiting