ମା ମଙ୍ଗଳା ୟୁଥ କ୍ଲବ ପକ୍ଷରୁ ଜିଜିପି ପାର୍କଠାରେ ବିଜୁ ବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ପାଳିତ
ଭୁବନେଶ୍ବର: ବର୍ଷୀୟାନ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ଏବଂ କୋଟି କୋଟି ଓଡ଼ିଆ ଜାତିର ହୃଦସ୍ପନ୍ଦନ ବିଜୁ ବାବୁ। ମାର୍ଚ ୫ ତାରିଖ ଦିନ ସ୍ଥାନୀୟ ଜିଜିପି ପାର୍କଠାରେ ମା ମଙ୍ଗଳା ୟୁଥ କ୍ଲବ ଆନୁକୁଲ୍ୟରେ ବିଜୁ ବାବୁଙ୍କ ୧୦୪ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।

ଏହି ଅବସରରେ ବିଜେଡି ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ, କର୍ପୋରେଟର ଜୋତ୍ସ୍ନାରାଣୀ ରାଉତରାୟ, ଓଡିଶା ଲୋକ ଦଳ ଯୁବ ସଭାପତି ଦୀପଙ୍କର ମହାନ୍ତି, ମା ମଙ୍ଗଳା ୟୁଥ କ୍ଲବ ସଭାପତି ଆଶିଷ ରାଉତ, ସମ୍ପାଦକ ଅସ୍ମିତ ଦାସ, ଉପସଭାପତି ସନ୍ଦିପ ମହାନ୍ତି, ଦେବ ପାଇଟଲ, ସଂକଳ୍ପ ପାଢୀ, ଟିଟା ଭୂୟାଁ, କୃଷ୍ଣ ବେହେରା, ଲିଟୁ ରାଉତ, ସୌମିକ ମହାନ୍ତି, ମାନସ ବାହାଲିଆ, ରଶ୍ମି, ଅନୁ ପଟନାୟକ, ବିଜୟ ସାହୁ, ସୁଶାନ୍ତ ଦାସ, ସୌମ୍ୟ, ରମେଶ ବେହେରା, ମିକୁ, ସୋଲାର ମିଶ୍ର ଓ ବିକାଶ ଜେନା ପ୍ରମୁଖ ଯୋଗଦେଇ ଏହି କାର୍ଯକ୍ରମକୁ ସୁଚାରୁରୂପେ ପାଳନ କରିଥିଲେ।