ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ବିନା ଡାକ୍ତରରେ ଚାଲିଛି ରୋଗୀ ସେବା

An Independent Media

କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନା

ଆରଡ଼ି :ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ରେ ଥିବା ଆରଡ଼ି ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀମାନଙ୍କ ସଂଖ୍ୟା ଅଧିକ ହେଲେ ବିନା ଡାକ୍ତର ରେ ଚାଲିଛି ରୋଗୀସେବା । ଏହା ଦିନେ କି  ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଛି ଏହି ପରି ସେବା । ସରକାର ଯୋଜନା ଉପରେ ଯୋଜନା ଘୋଷଣା କରିଚାଲିଛନ୍ତି ।ତାହା ର ବାସ୍ତବ ଚିତ୍ର କିନ୍ତୁ ଅଲଗା, ଏହି ସ୍ୱାସ୍ଥ୍ୟକେନ୍ଦ୍ର କୁ ଭଦ୍ରକ ,ଯାଜପୁର ,କେନ୍ଦ୍ରାପଡା ର ପ୍ରାୟ  ୩ଟି ଜିଲ୍ଲାର  ବହୁ ଗ୍ରାମର  ଦଶ ହଜାର ରୁ ଅଧିକ ଲୋକେ ନିର୍ଭର କରନ୍ତି ।କିନ୍ତୁ ବଡ଼ ଦୁର୍ଭାଗ୍ୟ ର ବିଷୟ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯେମିତି ଭୁଲିଯାଉଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ନା ଅଛି ରୋଗୀ ଲାଗି ଆବଶ୍ୟକ ବାସଗୃହ ନା ରୋଗୀଙ୍କ ଲାଗି ବେଡ଼ ,ରୋଗୀଙ୍କ ଲାଗି   ମେଡ଼ିକାଲ ପକା  ବାରଣ୍ଡା ହୋଇଥାଏ ବାସଗୃହ , ଗର୍ଭବତୀ ରୋଗୀମାନେ କୁ ଆରଡ଼ି ଠାରୁ ଭଦ୍ରକ ୪୦ କିମି ଦୂରକୁ ଯିବାକୁ ପଡେ।ଏବଂ  କୌଣସି ବଡ଼ ଦୁର୍ଘଟଣା ଘଟିଲେ
ରୋଗୀ ମୃତ୍ୟୁ ବରଣ କରିଥାଏ।ବିଶେଷ କରି ଆରଡ଼ି ଆଖଣ୍ଡଳମଣି ମଣୀ ଏକ ପର୍ଯ୍ୟଟନ ପୀଠ ଯେଉଁଠି କି ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏହି ପିଠକୁ କିନ୍ତୁ କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ଥିଲେ ଯିବାକୁ ପଡିଥାଏ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ।ଯଦି ଆଗାମୀ ଦିନରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ନିଯୁକ୍ତି ନ ହୁଏ ।ତା ହେଲେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

error: Thank You Keep Visiting