ଆଖଣ୍ଡଳମଣି ପୀଠ ଚତ୍ରୁପାର୍ଶ୍ୱରେ ଥିବା ଚାଷଜମି କୁ ଦଖଲ କଲେଣି ଚିଙ୍ଗୁଡ଼ି ମାଫିଆ
ଆରଡ଼ି : ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହେଉଛନ୍ତି ଆରଡ଼ି ର ବାବା ଆଖଣ୍ଡଳମଣି ।ଯେଉଁଠି କି ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।ପୀଠରେ ଯେତେବେଳେ ଜଣେ ମାନସିକଧାରୀ ଆସିଥାଏ ।ସେ ବାବାଙ୍କ ର ଶିବଗଙ୍ଗା ପୁଷ୍କରଣୀରେ ସ୍ନାନ କରିଥାଏ ।କିନ୍ତୁ ଦିନକୁ ଦିନ ଏହି ପୁଷ୍କରିଣୀ ର ଜଳ ପ୍ରଦୂଷିତ ହେବାକୁ ବସିଲାଣି ।କାହିଁକି ନା ଏହି ଶିବଗଙ୍ଗା ପୁଷ୍କରିଣୀର ସ୍ୱଚ୍ଛ ଜଳ ଆସିଥାଏ ନିକଟ ବୈତରଣୀ ନଦ ରୁ ଶିବମାଆରା ଦେଇ ।କିନ୍ତୁ କିଛି ମୁଷ୍ଟିମେୟ ଲୋକ ଅନେକ ଚିଙ୍ଗୁଡ଼ି ମାଫିଆଙ୍କୁ ପ୍ରଶୟ ଦେଇ ଆରଡ଼ି ସମେତ ବହୁ ଗ୍ରାମର ଚାଷଜମି କୁ ଚିଙ୍ଗୁଡ଼ି ଘେରୀରେ ପରିଣତ କରିସାରିଲେଣି ।ଏହି ଚାଷଜମି ରୁ ନିର୍ଗତ ହେଉଥିବା ବିଭିନ୍ନ ରାସାୟନିକ ପଦାର୍ଥ ଆସି ମିଶିଥାଏ ।ଶିବଗଙ୍ଗା ପୁଷ୍କରିଣୀରେ । ଆଉ କିଛିଦିନ ପରେ ଏହି ପୁଷ୍କରିଣୀ ର ଜଳରେ ସ୍ନାନ କଲେ ନାନାଦି ରୋଗ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିୟନ୍ତୁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।