ଗଞ୍ଜାମ ଜିଲ୍ଲାରେ ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ପିଲାମାନେ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି,“ ‘ନୋ ବ୍ୟାଗ ପାଇଲଟ୍ ପ୍ରୋଜେକ୍ଟ’ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି। ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହିପରି ନିଆରା ପଦକ୍ଷେପ ଗ୍ରହଣ କରିଛି। ଶନିବାର ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ ଓ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରତି ବ୍ଲକରେ ବଛା ବଛା ୨୦ଟି ସ୍କୁଲରେ ଏହି ଯୋଜନା ଆରମ୍ଭ କରାଯିବ । ଏହି ପାଇଲଟ୍ ପ୍ରୋଜେକ୍ଟରେ ପିଲାମାନେ ପ୍ରତି ଶନିବାର ବିନା ବ୍ୟାଗରେ ସ୍କୁଲ ଆସିବେ।