ଦେଢବର୍ଷ ପରେ ଶ୍ରମିକ ନିର୍ଯ୍ୟାତନାକାରୀ ଗିରଫ

An Independent Media

ଭଦ୍ରକ: ରାଷ୍ଟ୍ରୀୟମାନବାଧିକାର ପରିଷଦର ନିରନ୍ତର ଉଦ୍ୟମ ଶେଷରେ ଫଳପ୍ରଦ ହୋଇଛି । ଦୀର୍ଘ ଦେଢବର୍ଷ ପରେ ଭଦ୍ରକଗ୍ରାମାଞ୍ଚଳ ପୁଲିସ୍ ଜନୈକ ଶ୍ରମିକ ନିର୍ଯ୍ୟାତନାକାରୀ ଦମ୍ପତ୍ତିଙ୍କୁ ଗିରଫ କରିଛି । ଗିରଫଦମ୍ପତ୍ତି ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବରାଳପୋଖରୀ ମାଷ୍ଟର କଲୋନୀର ଭାଗୀରଥିଶୁଳ୍କକଙ୍କ ପୁତ୍ର ଅମରେଶ ଓ ତାଙ୍କ ପତ୍ନୀ ସଂଜୁଲତା । ସେମାନେ ପ୍ରାୟ ୧୮ ମାସ ଧରି ପୁଲିସ୍ଆଖିରେ ଧୂଳି ଦେଇ ଘରି ବୁଲୁଥିଲେ । ତେବେ ରାଷ୍ଟ୍ରୀୟ ମାନବାଧିକାର ପରିଷଦର ରାଜ୍ୟ ସଂପାଦକକ୍ଷୀତିଶ ସାମନ୍ତ ବେହେରାଙ୍କ ଉଦ୍ୟମ କ୍ରମେ ଓ ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଗ୍ରାମାଞ୍ଚଳପୁଲିସ୍ ଏହି ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି କେନ୍ଦୁଝର ଆନନ୍ଦପୁର ଅଂଚଳର ଜନୈକ ଦିନ ମଜୁରିଆ ଦିଲ୍ଲୀପ ଝଲିଆ ବରାଳପୋଖରୀରରେ ରହୁଥିବା ଠିକାଦାର ଅମରେଶଙ୍କ ଟ୍ରାକ୍ଟର ଚାଳକ ଭାବେ କାମ କରୁଥିଲେ । ଉପଯୁକ୍ତ ପାରିଶ୍ରମିକ ନଦେଇ ମଜୁରୀ ମାଗିଲେ ତାଙ୍କୁ ମାଡ ମାରୁଥିଲେ । ୨୦୧୮ ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଅମରେଶ ଦିଲ୍ଲୀପଙ୍କୁ ମାଡମାରି ନିଜ ସିଢି ଘରେ ବାନ୍ଧି ତାଲା ପକାଇ ଦେଇଥିଲେ । ଏ ସଂପର୍କରେ ଖବର ମିଳିବା ପରେ ଶ୍ରୀସାମନ୍ତ ପୁଲିସ୍ ଏସ୍‌ଡିପିସିଙ୍କ ହସ୍ତକ୍ଷେପ ଲୋଡିଥିଲେ । ପରେ ପୁଲିସ୍ ଦିଲ୍ଲୀପଙ୍କୁ ଉଦ୍ଧାରକରି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଏ ସଂପର୍କରେ ଦିଲ୍ଲୀପଙ୍କ ଭଉଣୀ ରାଧାରାଣୀଙ୍କଅଭିଯୋଗ କ୍ରମେ ଗ୍ରାମାଞ୍ଚଳ ପୁଲିସ୍ ଅମରେଶ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଏକ ମାମଲା(୪୫୮/୧୮) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହିଦିନ ଠାରୁ ଏହି ଦମ୍ପତ୍ତି ପୁଲିସ୍ ସହଲୁଚକାଳି ଖେଳ ଖେଳି ଚାଲିଥିଲେ । ତେବେ ଗତକାଲି ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି ।

error: Thank You Keep Visiting