ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଅତିରିକ୍ତ ତହସିଲଦାର ହଟହଟା

An Independent Media

ଭଦ୍ରକ: ବସୁନ୍ଧରା ଯୋଜନାରେ ଭୂମିହୀନମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ପାଇଁ ବ୍ୟବସ୍ଥାରହିଥିବାବେଳେ ବାସୁଦେବପୁରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭୂମିହୀନଙ୍କୁ ଘରଡିହପଟ୍ଟା ଯୋଗାି ଦେବା ପରିବର୍ତ୍ତେ ଅସହାୟ ପରିବାର ଅସ୍ଥାୟୀ ଭାବେ ନିର୍ମାଣ କରିଥିବା ବାସଘରକୁଉଚ୍ଛେଦ କରିବା ପାଇଁ ପ୍ରଶାସନ ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ହଟହଟାହେବା ପ୍ରଶାସନର ପାତର ଅନ୍ତର ଓ ମନୋମୁଖୀ କାର୍ଯ୍ୟକଳାପକୁ ପଦାରେ ପକାଇଛି । ବାସୁଦେବପୁରତହସିଲ ଅଧୀନ ନରସିଂହପୁର ପଂଚାୟତ ମଖଲପୁର ଗ୍ରାମର ରାମଚନ୍ଦ୍ର ଜେନା (ଘାଉଲି) ସରକାରୀ ଜମିରେଅସ୍ଥାୟୀ ଘର କରି ଆଜକୁ ୨୫/୩୦ ବର୍ଷ ହେବ ନିଜର ପରିବାର ନେଇ ରହିଆସୁଛନ୍ତି । ଏଥିସହ ଭୂମିହୀନଭାବରେ ଘରଡିହ ଯୋଗାଇ ଦେବା ପାଇଁ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଲିଖିତଭାବରେ ଜଣାଇଥିଲେ । ପରନ୍ତୁ ଆଜିଯାଏଁ ପ୍ରଶାସନ ପକ୍ଷରୁ ଘରଡିଡ ଯୋଗାଇ ଦିଆଯାଇନଥିବା ବେଳେସରକାରୀ ଜମିରେ ନିର୍ମିତ ଅସ୍ଥାୟୀ ଘରକୁ ନଭାଙ୍ଗିବା ପାଇଁ ଜିଲା ପ୍ରଶାସନ ସମେତ ବାସୁଦେବପୁରତହସିଲ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଅତିରିକ୍ତ ତହସିଲଦାର ଅବମାନନା କରିବା ସହବୁଲଡୋଜର ଓ ପୁଲିସ୍ ପ୍ରଶାସନକୁ ନେଇ ଉଚ୍ଛେଦ ପାଇଁ ମଖଲପୁର ପହଞ୍ôଚଥିଲେ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା ।

error: Thank You Keep Visiting