ବନ୍ତ ହାସିନପୁର ଗାଁର ଦାସ ସାହିରେ ଏବେ କୋକୁଆ ଭୟ

An Independent Media

ଭଦ୍ରକ: କିଏ ବାଣପେସୁଛି । ଏମିତି ଏବେ ଟୁପୁର ଟାପୁର ଚାଲିଛି । ଗାଁର ଲୋକେ ଯେଉଁ ଘରେ ନିଆଁ ଲାଗୁଛି ପାଣିଛାଟି ଲିଭାଉଛନ୍ତି । ଘରର ଜିନିଷପତ୍ର ଆଉ ଆସବାବ ପତ୍ର ଏବେ ଗାଁ ଖଳାରେ । ଏହି ଦୃଶ୍ୟ ହେଉଛିଭଦ୍ରକ ଜିଲା ବନ୍ତ ବ୍ଲକ୍ ଗଣିଜାଙ୍ଗ ପଂଚାୟତ ହାସିନପୁର ଦାସସାହି ଗାଁର । ଗାଁରେ ଗତ ସୋମବାରଦିନରୁ ନିଆଁ ଲାଗୁଛି । ଗୋଟେ ପରେ ଗୋଟେ ସବୁ ଘରେ ନିଆଁ ଲାଗିଲାଣି । ଲୋକେ ଏବେ ଭୟରେ ଘରବାହାରେ ଜଗି ବସିଛନ୍ତି । କେବଳ ଦିନ ବେଳେ ନିଆଁ ଲାଗୁଛି । ଘରର ମଥାନରେ ନିଆଁ ଲାଗୁଥିବାକହୁଛନ୍ତି ଗାଁ ଲୋକେ । ଭୟରେ ଘରର ଆସବାବ ପତ୍ର ଘର ବାହାରକୁ କାଢି ଆଣିଲେଣି । କହୁଛନ୍ତି ନିଆଁପିଣ୍ଡୁଳା ଭଳି ନିଆଁ ଲାଗୁଛି । କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ଘର ନୁହଁ । ଗୋଟିଏ ପରେଗୋଟିଏ ୮ ଘରେ ନିଆଁ ଲାଗିଲାଣି । ଗାଁର ଜଣେ ଝିଅ ଯେତେବେଳେ କହୁଛନ୍ତି ଯେ ମୋ ଦେହରେ ଜଳାପୋଡାହେଉଛି । ଆଉ ଯେତେବେଳେ କହୁଛନ୍ତି ମୋ ଆଖି ଜଳୁଛି ସେହି ସମୟରେ ଘର ଗୁଡିକରେ ନିଆଁ ଲାଗୁଛି ।ସେହି ଝିଅ ଏବେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଉଛି । ନିଆଁ ଲାଗିଥିବା ଘର ପାଇଁ ଜରି ପାଲ ମଧ୍ୟ ଯୋଗାଇଦିଆଯିବବୋଲି ସୂଚନା ମିଳିଛି । ଏହାକୁ ଏକ ଭୌତିକ କାଣ୍ଡ ବୋଲି କହୁଛନ୍ତି ଆଧ୍ୟାତ୍ମିକବାଦୀ । ହନୁମାନଚାଳିଶା, ଗୀତାରେ ମଧ୍ୟ ଏହି ଭୌତିକ କାଣ୍ଡ ଓ ଅଶରୀରମାନଙ୍କ ବିଷୟରେ ବର୍ଣ୍ଣନା ଥିବା ଜଣାପଡିଛି । ତେବେ ଏହି କାଣ୍ଡ ଅଳ୍ପ ସମୟ ପାଇଁ ହୋଇଥାଏ ବୋଲିଆଧ୍ୟତ୍ମିକବାଦୀ କହନ୍ତି ।

error: Thank You Keep Visiting