ଭଣ୍ଡାରିପୋଖରୀର ମୁନସି ମେଳଣ ପାଳିତ

An Independent Media

ଭଦ୍ରକ: ଭଦ୍ରକଜିଲା ଭଣ୍ଡାରିପୋଖରୀ ଥାନା । ଅତୀତର ଇତହାସର କିଛି ଘଟଣାକୁ ନେଇ ଯେଉଁଠି ମାଟି କହେକ୍ରାନ୍ତିକାରୀ ନେତୃତ୍ୱ ଆଉ ବଳିଦାନର କାହାଣୀ । ଖାକି ଆଉ ଧୋତିର ବଳ କଷାକଷିର ରଣକ୍ଷେତ୍ର ।ବନ୍ଧୁକର ବିରୋଧରେ ଲଣ୍ଠନ ଓ ମଶାଲର ଶୋଭାଯାତ୍ରା । ଅକାମୀ ହୋଇଥିଲା ସାମ୍ରାଜ୍ୟବାଦ ବ୍ରିଟିଶ୍ଶକ୍ତିର ଷଡଯନ୍ତ୍ର । ଲହୁ ଓ ଲୁହରେ ଲେଖିଥିଲେ ସଂଗ୍ରାମର କଥା । ୧୯୪୨ ମସିହା ଅଗଷ୍ଟ ୧୭ତାରିଖରେ ପୋଡି ଦେଇଥିଲେ ଭଣ୍ଡାରିପୋଖରୀ ଥାନାକୁ । ଶେଷରେ ସୃଷ୍ଟି ହୋଇଥିଲା ପୁଲିସ୍ ଆଉସାଧାରଣ ଜନତା ମଧ୍ୟରେ ସୁସଂପର୍କ ଯାହାକୁ ନେଇ ଏଇ ମୁନସି ମେଳନ । ୧୯୪୨ ମସିହା ଠାରୁ ଭଦ୍ରକଜିଲା ଭଣ୍ଡାରିପୋଖରୀରେ ପାଳିତ ହୋଇ ଆସୁଛି ଏହି ମୁନିସି ମେଳଣ । ଆଉ ସେହିଦିନ ଠାରୁଭଣ୍ଡାରିପୋଖରୀ ପୁଲିସ୍‌ର ସହାୟତାରେ ପାଳିତ ହୋଇଆସୁଛି ପ୍ରସିଦ୍ଧ ମୁନସି ମେଳଣ । ସେହିଦିନରଥାନା ପୋଡି ଓ ସ୍ଥାନୀୟ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସାହାସିକତାକୁ ଜନସାଧାରଣଙ୍କ ମନରେ ପୁନଃଜୀବିତ କରୁଛି ଏଇ ମେଳଣ । ୧୯୪୪ ମସିହା ଭଣ୍ଡାରିପୋଖରୀ ଥାନାରେ କାର୍ଯ୍ୟରତ ଥିବା ବଡ ବାବୁଥିଲେ ରାଜସ୍ଥାନର ଲାଲ ମୁନସି । ବ୍ରିଟିଶ ପୁଲିସ୍‌ରେ କାର୍ଯ୍ୟରତ ଥିବା ମୁନସି ଭୁଲି ଯାିନଥିଲେମାନବିକତାକୁ । ସେ ସୃଷ୍ଟି କରିଥିଲେ ପୁଲିସ୍ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସଂପର୍କ । ଲାଲମୁନସି ନାହାନ୍ତିଁ ସତ, ସେହିଦିନ ଠାରୁ ପାଳିତ ହୋଇଆସୁଛି ଏହିଐତିହାସିକ ମୁନସି ମେଳଣ । ଦୀର୍ଘ ୭୫ ବର୍ଷ ଧରି ଭଣ୍ଡାରିପୋଖରୀ ପୁଲିସ୍ ଓ ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ପାଳିତ ହୋଇଆସୁଛି ମୁନସି ମେଳଣ । ଥାନା ପକ୍ଷରୁ ଆଖପାଖ ଅଂଚଳର ୩୪ଟିଠାକୁର ବାଡିକୁ ନୀତି ଅନୁଯାୟୀ ନିମନ୍ତ୍ରଣ କରାଯାଇଥିଲା ମେଳଣ ଉତ୍ସବକୁ । ଠାକୁର ବାଡିଆ ମାନେରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନ ଯୋଗେ ବାଜା ବଜେଇ ରୋଷଣି କରି ବାଣ ଫୁଟାଇ ବିରାଟଶୋଭାଯାତ୍ରାରେ ବାହାରି ପହଞ୍ôଚଥିଲେ ଏହି ମେଳଣ ଉତ୍ସବରେ । ଏଥିରେ ୧୦ହଜାରରୁ ଅଧିକ ଦର୍ଶକ ଏହି ମେଳଣକୁ ଦେଖିବାକୁ ଆସିଥିଲେ । ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷାବ୍ୟବସ୍ଥା କରାଯିବା ସହ ଦର୍ଶକଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନକରାଯାଇଥିଲା । ଏଠାରେ ପୁଲିସ୍ ଓ ଜନତା ମଧ୍ୟରେ ଦେଖାଯାଏ ଅପୂର୍ବ ରଙ୍ଗଖେଳର ପରମ୍ପରା ।

error: Thank You Keep Visiting