ଭଦ୍ରକରେ ନିର୍ମାଣ ଶ୍ରମିକ ସେବା ସପ୍ତାହସମାରୋହ ୨୦୨୦ ପାଳିତ

An Independent Media

ଭଦ୍ରକ: ଭଦ୍ରକରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରରୋହ ୨୦୨୦ ସ୍ଥାନୀୟ ମହାରାଜା ଅଗ୍ରସନ ଭବନ ଚରମ୍ପା ଠାରେପାଳିତ ହୋଇଯାଇଅଛି । ଭାରପ୍ରାପ୍ତ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥିଭାବେ ଯୋଗଦେଇଉତ୍ସବକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶ୍ରମିକମାନଙ୍କର ଅବଦାନ ଫଳରେ ରାଜ୍ୟରେ ବିକାଶ କାର୍ଯ୍ୟହୋଇପାରୁଛି । ବରେଣ୍ୟ ସମ୍ମାନ୍ନୀତ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିରବିଧାୟକ ବ୍ୟୋମକେଶ  ରାୟ, ଭଦ୍ରକରବିଧାୟକ ସଂଜୀବ୍ ମଲ୍ଲିକ ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକ ଓ କୋଠାବାଡ଼ିରେ କାର୍ଯ୍ୟ କରୁଥିବାପଂଜିକୃତ ନିର୍ମାଣ  ଶ୍ରମିକଙ୍କ ପାଇଁ ଶ୍ରମିକକଲ୍ୟାଣ ବୋର୍ଡ଼ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଆର୍ଥିକ ସହାୟତା  ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସରକାରଙ୍କପକ୍ଷରୁ ପ୍ରଦାନ କରାଯାଉଥିବା  ସୁବିଧା ସୁଯୋଗପ୍ରକୃତ ନିର୍ମାଣ ଶ୍ରମିକମାନଙ୍କୁ  ଚିହ୍ନଟକରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଭଣ୍ଡାରିପୋଖରୀର ବିଧାୟକ ଶ୍ରୀ ସାମଲ କହିଥିଲେ।ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ କୁବେର ବେହେରା ଉତ୍ସବରେ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିବା ଏବଂ ନିର୍ମାଣ ଶ୍ରମିକସେବା ସପ୍ତାହ  ସମାରୋହର ଉଦ୍ଦେଶ୍ୟ  ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟରେଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ମଧ୍ୟରୁଶ୍ରମିକମାନଙ୍କ ପିଲାମାନଙ୍କୁ  ପାଠ ପଢାଇବା ପାଇଁଶିକ୍ଷା ସହାୟତା, ନିର୍ମାଣ ଶ୍ରମିକଙ୍କୁ ଯନ୍ତ୍ରପାତି କ୍ରୟ ସହାୟତା, ସାଇକେଲସହାୟତା, କାର୍ଯ୍ୟସମୟରେ ନିରାପତ୍ତା ଉପକରଣ ପାଇଁ ଯୋତା , ହେଲମେଟ୍‌, ଗ୍ଲୋବ୍ସ, କନ୍ୟା ସନ୍ତାନ ପାଇଁ ବିବାହ ସହାୟତା, ମହିଳାନିର୍ମାଣ ଶ୍ରମିକଙ୍କ ପାଇଁ ପ୍ରସୂତୀ କାଳୀନ ସହାୟତା, ଦୁର୍ଘଟଣା ଜନିତ ସହାୟତା, ମୃତ୍ୟୁ ଜନିତ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା, ପକ୍କାଘରଯୋଜନା, ଦକ୍ଷତାଅଭିବୃଦ୍ଧି ଯୋଜନା ଓ ପେନ୍‌ସନ ସହାୟତା ଯୋଜନା ଆଦି ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଅଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ  ଶ୍ରୀ ବେହେରାବକ୍ତବ୍ୟରେ କହିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ ଅବସରରେ ୨୫୦ଜଣନିର୍ମାଣ ଶ୍ରମିକଙ୍କୁ ନୂତନ ପଂଜିକରଣ ପ୍ରମାଣପତ୍ର ପ୍ରଦାନ, ୫୬୬ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା, ୩୮୯ଜଣଙ୍କୁବିଭାଘର ପାଇଁ ଆର୍ଥିକ ସହାୟତା, ୫୩ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା, ୫୩ଜଣଙ୍କୁଅନ୍ତେଷ୍ଟିକ୍ରିୟା ସହାୟତା, ୩୨ଜଣଙ୍କୁ ପ୍ରସୂତୀ କାଳୀନ ସହାୟତା ବାବଦରେ ମୋଟ ୧୩୪୩ଜଣଙ୍କୁ୨କୋଟି ୭୮ଲକ୍ଷ ୩୯ହଜାର ୬ଶହଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଧା ଜିଲ୍ଲାରେ ୪୯ହଜାର ୨୪୨ଜଣ ଶ୍ରମୀକଙ୍କୁ ୩୧କୋଟି ୧ଲକ୍ଷ ୭୮ହଜାର ୯୧୦ଟଙ୍କା ବିଭିନ୍ନ ଆର୍ଥିକ ସହାୟତାବାବଦରେ ଅନ୍‌ଲାଇନ୍ ଜରିଆରେ ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଛି । ଶେଷରେ ଗ୍ରାମୀଣଶ୍ରମ ନିରିକ୍ଷକ ସୁନଦା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍‌ଲା ଶ୍ରମ କାର୍ଯ୍ୟାଳୟରକର୍ମଚାରୀ  ରତ୍ନାକର ମଲ୍ଲିକ ,ଓଁକାରପ୍ରସାଦ ଦାଶ, ରତ୍ନାକର ପରିଡ଼ା, ରଶ୍ମିତା ଓଝା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

error: Thank You Keep Visiting