ସମାଜ ବିକାଶରେ ମହିଳାମାନଙ୍କ ଭୂମିକାଗୁରୁତ୍ୱପୂର୍ଣ୍ଣ

An Independent Media

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅଧିନସ୍ଥ ଓଡିଶୋ ଗ୍ରାମପଞ୍ଚାୟତସ୍ଥିତ ରାଜିବଗାନ୍ଧୀ ସେବା କେନ୍ଦ୍ର ଠାରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁଅର୍ନ୍ତଜାତିକ ମହିଳା ଦିବସ ଆଇନ୍‌ସେବା ପ୍ରାଧିକରଣ ସଚୀବ କମଳାକାନ୍ତ ରାଉତ ଙ୍କ ସଭାପତିତ୍ୱରେଅନୁଷ୍ଠିତ ହୋଇଥିଲା । ଉକ୍ତ ମହିଳା ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ଆଖ ପାଖ ଗ୍ରାମରୁଶତାଧିକ ମହିଳା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରାଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦକୁମାର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣସଚିବ କମଳାକାନ୍ତ ରାଉତ  ମହିଳାମାନଙ୍କ ଦୈନଦିନଜୀବନରେ କାର୍ଯ୍ୟରେ ଆସୁଥିବା ଆଇନ୍ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଯଥା ମହିଳା ଦିବସପାଳନର ମହତ୍ୱ,ଲିଙ୍ଗ ନିରୁପଣ,ଜମିଜମା ଅଧିକାର ,ମହିଳା ମାନଙ୍କର କର୍ତ୍ତବ୍ୟ ଓ ଅଧିକାର ,ପାରିବାରିକହିଂସା ନିରୋଧ ଆଇନ,ଚାକିରି କ୍ଷେତ୍ରରେ ସଂରକ୍ଷଣ,ନ୍ୟାୟିକବ୍ୟବସ୍ଥାରେ ମହିଳାମାନଙ୍କ ନିମନ୍ତେ ସୁବିଧା ,ଭରଣପୋଷଣ ଆଇନ୍ ଏଥିସହ ଆର୍ଟିକିଲ ୧୫,୧୯,୬୭,୨୯ଡିସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନାକରି ପ୍ରତି କ୍ଷେତ୍ରରେ ଆଇନ୍ ର ସହାୟତା ନେବାକୁ ଶ୍ରୀ ରାଉତପରାମର୍ଶ ପ୍ରଦାନ କରିଥିଲେ । ଏହି ଛଳରେ ଜିଲ୍ଲା ଆଇନ୍‌ସେବା ପ୍ରଧିକରଣ ର ମୁଖ୍ୟ ଆଭିମୁଖ୍ୟବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନକରି କହିଥିଲେ ଯେ ସମାଜ ବିକାଶରେ ମହିଳାମାନଙ୍କ ଭୂମିକାଗୁରୁତ୍ୱପୂର୍ଣ୍ଣ । ମହିଳା ଦିବସ ପାଳନ ଅବସରରେ ଓଡିଶୋ ସରପଞ୍ଚ ଅହଲ୍ୟା ସେଠୀ,ନାଏବ ସରପଞ୍ଚ ବିପିନବିହାରୀ ସ୍ୱାଇଁ,ପାରାଲିଗାଲସ୍ୱେଚ୍ଛାସେବୀ ମନୋଜ କୁମାର ସ୍ୱାଇଁ,ନିରଞ୍ଜନ ବାରିକ,ଶୁଭଲକ୍ଷ୍ମୀ ନାଏକ ପ୍ରମୁଖ ପରିଚାାଳନାରେ ସହାୟତା କରିଥିଲେ ।ଶେଷରେ ପୂର୍ବତନ ସରପଞ୍ଚ ପଞ୍ଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting