ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳାଦିବସ ପାଳିତ

An Independent Media

ଭଦ୍ରକ:  ଭଦ୍ରକଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିଶ୍ୱ ମହିଳା ଦିବସପାଳନ କରାଯାଇଛି । ଜିଲ୍ଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେଶତାଧିକ ମହିଳା ଯୋଗ ଦେଇଥିଲେ । ଉକ୍ତ ସଭାରେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତ୍ୟାହାର, ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଗଠନ, ମହିଳା ଦୁଷ୍କର୍ମ ଓ ଶିଶୁ ହତ୍ୟା ଭଳି ସଂଗୀନ ଘଟଣା ସମ୍ପର୍କରେ ମହିଳାକଂଗ୍ରେସର ନେତ୍ରୀ ଓ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏ ସବୁ ଘଟଣାଉପରେ ମହିଳା କଂଗ୍ରେସ ଆନ୍ଦୋଳନକୁ ଉହ୍ଲାଇବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ ।ସଭାରେ ଜିଲ୍ଳା କଂଗ୍ରେସ ସଭାପତି ଅଶୋକ ଦାସ, ଭଣ୍ଡାରିପୋଖରୀନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ସୁଲୋଚନା ନାୟକ, ଭଣ୍ଡାରିପୋଖରୀ ବ୍ଳକ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା,ସରପଞ୍ଚ ମଞ୍ଜୁବାଳା ପଣ୍ଡା, ଶଶିକଳା ବେହୁରିଆ,ବ୍ଲକ କର୍ମକର୍ତ୍ତା ମମତା ନାୟକ, ପ୍ରଭାତ ନଳିନୀ ପଣ୍ଡା, ଚାରୁଲତା ନାୟକ, ବାସନ୍ତୀ ସିଂ, ଦୁର୍ଗାରାଣି ଲାହା, ରଶ୍ମିିରେଖା ଯେନା,ବରିଷ୍ଠ ନେତା ନାରାୟଣ ପାଢୀ, ଯୁବନେତା ପ୍ରକାଶଜ୍ୟୋତି ମହାକୁଡ, ବ୍ଲକ ସଭାପତି ରଜନୀକାନ୍ତ ଚାନ୍ଦ, ଯୁବନେତା ରାଜକିଶୋର ପଣ୍ଡା ପ୍ରମୁଖଙ୍କ ସହ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। 

error: Thank You Keep Visiting