ଜଗତସିଂହପୁର ଜିଲ୍ଲାସ୍ତରୀୟ ଅର୍ନ୍ତଜାତିକ ମହିଳା ଦିବସ ପାଳିତ

An Independent Media

ଜଗତସିଂହପୁର: ଜଗତସିଂହପୁର ସଂସ୍କୃତିଭବନ ପରିସରରେ ଜିଲ୍ଲାସ୍ତରୀୟ ଅର୍ନ୍ତଜାତିକ ମହଳା ଦିବସ ଜିଲ୍ଲା ପ୍ରଶାସନ ଓ ସମାଜମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେମୁଖ୍ୟଅତିଥିଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡଃ.ରାଜଶ୍ରୀ ମଲ୍ଲିକ କହିଲେ ଯେଉଁ ପରିବାରରେନାରୀଜାତିକୁ ପୂଜା କରାଯାଏ ,ସମ୍ମାନ ଦିଆଯାଏ,ସେ ପରିବାରସୁଖଶାନ୍ତିରେ ବାସ କରନ୍ତି । ଜାତିର ସମୃଦ୍ଧିହୋଇଥାଏ । ବିଜ୍ଞାନଯୁଗରେ ନାରୀ ଅବଳା ଦୁର୍ବଳା ହୋଇ ପଡିରହିନାହିଁ । କଳା,ବିଜ୍ଞାନ,ସାହିତ୍ୟ,ଦର୍ଶନଓ ଆବିଷ୍କାର ,ଉଦ୍ଭାବନରେ ପୁରୁଷ ସହିତ ସମକକ୍ଷ ହୋଇପାରିଛି,ମହିଳାଜାତି କୁସୁମ ପରି କୋମଳ ଓ ବଜ୍ର ପରି କଠିନ ହୋଇପାରେ । ମାଡାମ କ୍ୟୁରୀ ,ସରୋଜିନୀରମାଦେବୀ,ମାଳତୀଦେବୀ ,ମଦରଟେରେସା ଆଜି ଦେଶ ଓ ଜାତି ପାଇଁ ଗୌରବ ଆଣିଛନ୍ତି । ବର୍ତ୍ତମାନ କନ୍ୟା ଭ୍ରୁଣହତ୍ୟା ସମାଜ ପାଇଁ କଳଙ୍କ ।ନାରୀ ଜାତିକୁ ଜାଗ୍ରତ କରିବାରସମୟ ଆସିଛି ।  ଜିଲ୍ଲାପାଳ ସଂଗ୍ରାମ କେଶରୀମହାପାତ୍ର ଅଧ୍ୟକ୍ଷତା କରିକହିଥିଲେ ସବୁଠାରୁ ବଡ ଅନ୍ୟାୟ ପୁରୁଷ ହିଁ କରେ । ଏହା ରାମାୟଣରେଦେଖିବାକୁ ମିଳେ ।ପୁରୁଷ ଓ ମହିଳା ଭିତରେ ବିଭେଦ ସୃଟି କରୁଛି ଏହି ସମାଜ । କୁ ଶିକ୍ଷା ଓଶିକ୍ଷାର ଅଭାବ ଯୋଗୁ ନାରୀମାନେ ନିର୍ଯ୍ୟାତିତ ହେଉଛନ୍ତି । ପାଶ୍ଚାତ୍ୟ ଦେଶରେ ନାରୀ ମାନଙ୍କୁଅତ୍ୟାଚାର କରାଯାଉଥିଲା । ସାକ୍ଷାରତାରେ ନାରୀ ପୁରୁଷ ଠାରୁ କମ୍ । ଜନ୍ମମାଟି ହେଉଛି ମା’ଠାରୁଅଧିକା । ଦୂତିଚାନ୍ଦ ,ସୁନନ୍ଦା ପଟ୍ଟନାୟକ,ସୋନାଲ ମାନସିଂହ,କୁମ୍‌କୁମ୍ ମହାନ୍ତି,ମୀରା ଦାସ କ୍ରୀଡା ଓ ନୃତ୍ୟରେ ପାରଦର୍ଶିତା ଲାଭ କରିଛନ୍ତି ।ଏହି ଦିବସରେ ସମ୍ମାନୀତ ଅତିଥିଭାବେ ଡଃ.ପୁଷ୍ପମିତ୍ରା ମହାନ୍ତି କହିଲେ ୧୯୦୯ମସିହାରେ ପ୍ରଥମେଆମେରିକାରେ ଜାତୀୟ ମହିଳା ଦିବସ ପାଳନ ହୋଇଥିଲା । ଜାତିସଂଘ ପକ୍ଷରୁ ୧୯୭୫ ମସିହାରୁଅର୍ନ୍ତଜାତିୟ ମହିଳା ଦିବସ ପାଳନ କରାଯାଉଛି । ଏ ବର୍ଷର ମହିଳା ଦିବସ ର ବାର୍ତ୍ତା ହେଉଛିଲିଙ୍ଗଗତ ପ୍ରଭେଦ ନାହିଁ,ନାରୀ ସ୍ୱୟଂସପୂର୍ଣ୍ଣା ,ସ୍ୱୟଂ ସିଦ୍ଧା ,ପୁରୁଷ ଠାରୁ ନାରୀର ଧୈର୍ଯ୍ୟ ଓ ସହନଶୀଳତା ଅଧିକ । ଅନ୍ୟତମସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ  ଯୋଗଦେଇ କହିଥିଲେ ଆଜିର ସମାଜରେ କନ୍ୟା ଭ୍ରୃଣ ହତ୍ୟାରନିନ୍ଦା କରିଥିଲେ । ଏବେବି ସମାଜରେ ଯୌତୁକ ଓ ନାରୀ ନିର୍ଯ୍ୟାତନା ଚାଲିଛି ।ପୁରୁଷ ମାନଙ୍କୁଅଧିକ ସଚେତନ ଆବଶ୍ୟକ,ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକ ମୌସୁମୀ ପରିଡା ଓ  ଡଃ.ଗୀତାଞ୍ଜଳୀ ରଥ କହିଲେ ମହିଳା ମାନଙ୍କୁ ସମାଜରେଅଧିକ ସୁବିଧା ସୁଯୋଗ ମିଳିବା ଦରକାର । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଞ୍ଜରୀନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ୫ଜଣ ମହିଳା ପ୍ରଶାସନିକ ଅଧିକାରୀ ୮ଜଣ ମହିଳାସ୍ୱେଚ୍ଛାସେବୀ ଅଙ୍ଗନୱାଡିକର୍ମୀ ଓ ହେଲପର,୨୫ଜଣ ମହିଳା ସ୍ୱୟଂସହାୟକ ଗୋଷ୍ଠିର ସଦସ୍ୟାଙ୍କୁ ଜିଲ୍ଲାପାଳସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହିଳା ଓ ଶିଶୁବିକାଶ ବିଭାଗ ଅଭିକ୍ନାରାୟଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting