ପୈାରସଂସ୍ଥା ପକ୍ଷରୁ ୨ୟ ପର୍ଯ୍ୟାୟରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

An Independent Media

କେନ୍ଦ୍ରାପଡା: କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡରେ ୨ୟ ପର୍ଯ୍ୟାୟ “ରୂପାନ୍ତରଣ” କାର୍ଯ୍ୟକ୍ରମ ରବିବାର ସକାଳ ୮ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ୫-ଟି ମିଶନର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବରେ କେନ୍ଦ୍ରାପଡା ପୈାରାଚଂଳକୁ  ସ୍ୱଛ ଓ ସୁସ୍ଥ ରଖିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । 

ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ନିର୍ଦେଶରେ ପୈାରାଚଂଳରେପ୍ରତ୍ୟେକ ରବିବାର ସକାଳ ୭ଟାରେ କରାଯିବାକୁ ସ୍ଥିର କରାଯାଇଛି । ଏହି ଉପଲକ୍ଷେ ପୈାର ନିର୍ବାହୀଅଧିକାରୀ ଦେବ ପ୍ରସାଦ ବଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେପୈାରସଂସ୍ଥାର କର୍ମଚାରୀ ମାନେ ପୁରୁଣାବସଷ୍ଟାଣ୍ଡ ଠାରୁ ଅଦାଲତ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରଉଭୟ ପାର୍ଶ୍ୱକୁ ଝାଡୁଧରି ଅଳିଆ ଆବର୍ଜ୍ଜନାକୁ ଓଳାଇ ସଫା କରିବା ସହିତ ସହରକୁ ସ୍ୱଛ ଓ ନିର୍ମଳ ରଖିବାକୁ    ଏକ ସଚେତନତା ବାର୍ତ୍ତା ଦେଇଥିଲେ । 

ଏହିଅବସରରେ ପୈାରସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜ୍ଜନାକୁଜମାଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଏହିକାର୍ଯ୍ୟକ୍ରମରେ ପୈାରସଂସ୍ଥାର କର୍ମଚାରୀ ମନୋରଞ୍ଜନ ମହାନ୍ତି, ସଞ୍ଜୀବମହାନ୍ତି, ପ୍ରସାନ୍ତକୁମାର ନାୟକ, ଭୂବନମୋହନ କାନୁନଗୋ, ଅଶୋକ କୁମାର ସାହୁ, ଗଣେଶ କୁମାର ପାତ୍ର, ତପସ୍ୱିନୀ ଦାସ, ବନମାଳି ସାହୁଙ୍କ ସମେତ ବିଭିନ୍ନ ୱାର୍ଡର ସ୍ୱେଛାସେବୀ, ବିଜୁଯୁବ ବାହିନୀର କାର୍ଯ୍ୟକର୍ତ୍ତା ଓ  ସଦସ୍ୟମାନେଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ । ଏହି ଅବସରରେ ପୈାରାଚଂଳର ଜନସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ସହରର ବିଭିନ୍ନ ଛକ ସ୍ଥାନରେପାଲା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇଥିଲା ।

error: Thank You Keep Visiting