ଜଗତସିଂହପୁର ଜିଲ୍ଲା ମହିଳା କଂଗ୍ରେସପକ୍ଷରୁ ଅର୍ନ୍ତଜାତିକ ମହିଳା ଦିବସ ପାଳିତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ସ୍ଥାନୀୟ ସିପିସ୍ଥିତଜନସଂପର୍କ କାର୍ଯ୍ୟାଳୟ ଠାରେ ଅର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମହିଳାକଂଗ୍ରେସ ସଭାନେତ୍ରୀ ସୁଚିତ୍ରା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଦିବସଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ,ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୁ,ପୂର୍ବତନ କାଉନସିଲର ରିତାଞ୍ଜଳୀ ଦାସ,ପ୍ରତିମା ମଲିକ,ପାର୍ବତୀ ନାୟକ,ଦୀପ୍ତୀ ପ୍ରଧାନ ,ଜାନକୀ ମହାରଥା ରୁପଶ୍ରୀ ଦାସ,ଛବିତା ମହାନ୍ତି,ରାଜଲକ୍ଷ୍ମୀ ବେହେରା,ଜୟନ୍ତୀ ଲେଙ୍କା,ଦୀପାଞ୍ଜଳୀ ଜେନା,ସୁଧାରାଣୀ ପରିଡା,ବିଜୟଲକ୍ଷ୍ମୀ ନାୟକ,ପ୍ରତିଭା ତ୍ରିପାଠୀ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସୁରକ୍ଷା,ବେକାରୀ ସମସ୍ୟା,ଉପରେ ଆଲୋଚନା କରି କହିଥିଲେ କେନଦ୍ର ସରକାରଓ ରାଜ୍ୟସରକାର ମହିଳା ମାନଙ୍କ ଉନ୍ନତୀ ପଥରେ ବିଫଳ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ମହିଳାମାନଙ୍କ ସୁରକ୍ଷା ଦିଗରେ ଦୃଢ ପଦକ୍ଷେପ ନିଆଯିବବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସୁରପ୍ରଭା ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।