ଅଲଣାହାଟ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନର ଚତୁର୍ଥ ବୈଠକ

An Independent Media

ଜଗତସିଂହପୁର: ଜିଲ୍ଲାର ପ୍ରାଚୀନତମ ସୁପ୍ରତିଷ୍ଠିତ ଅଲଣାହାଟ ହାଇସ୍କୁଲରେ ମୋ ସ୍କୁଲଅଭିଯାନର ଚତୁର୍ଥ ବୈଠକ ଆଜି ଡାକ୍ତର ରାଖଲ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରାରମ୍ଭରେ ବିଜ୍ଞାନଶିକ୍ଷକ ଅମ୍ବିକା ସାହୁସ୍ୱାଗତଭାଷଣ ଦେଇଥିଲେ ।  ମୋ ସ୍କୁଲ ଅଭିଯାନରସଭାପତି ତଥା ପରିବେଶବିତ୍ ଉତ୍କଳ ରଂଜନ ମହାନ୍ତି ଗତ ଏକବର୍ଷ ମଧ୍ୟରେ ପୁରାତନ ବିଦ୍ୟାର୍ଥୀପରିଷଦ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟାବଳୀ ସଂପର୍କରେ ସୂଚାଇବା ସହ ପାଠାଗାରରସର୍ବାଙ୍ଗୀନ ଉନ୍ନତୀ କଳ୍ପେ ସରକାରଙ୍କ ଠାରୁ ମିଳିଥିବା ପାଣ୍ଠି ଓ ଆଲୁମିନିର ଗଚ୍ଛିତ ପାଣ୍ଠିକୁଉପେଯାଗ କରି ଖୁବ୍ ଶିଘ୍ର ଅନୁମୋଦନିତ ହୋଇଥିବା ପ୍ରସ୍ଥାବ ଗୁଡିକୁ ସଫଳ ରୂପାୟନ  କରିବା ଲାଗି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ମୋ ସ୍କୁଲର ସଂପାଦକ ଉଲ୍ଲାସ ଚନ୍ଦ୍ର ରାୟଙ୍କ ନେତୃତ୍ୱରେ ଏହିକାର୍ଯ୍ୟାବଳୀକୁ ସଠିକ୍ ଭାବେ ସମ୍ପାଦନା କରିବାଲାଗି ଏକ ପାଞ୍ଚ ଜଣିଆ ସବ୍ କମିଟି ଗଠନ କରାଯାଇଥିଲା । ପୁରାତନ ବିଦ୍ୟାର୍ଥୀ ପରିଷଦର ସଭାପତିରବୀନ୍ଦ୍ର କୁମାର ପଟ୍ଟନାୟକ ବିଦ୍ୟାଳୟ ର ପୂର୍ବ ଗରିମାକୁ ଫେରାଇ ଆଣିବାକୁ ପୁରାତନଛାତ୍ରଛାତ୍ରୀ ,ଉଦାରମନା ବ୍ୟକ୍ତି,ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଛୁ ଅଭିଭାବକ ଙ୍କର ଆନ୍ତରିକ ସାହାଯ୍ୟ ,ସହଯୋଗ ଓ ସହାୟତା ଏକାନ୍ତ ପ୍ରୟୋଜନ ଏବଂ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣକରିବା ନିମନ୍ତେ ଆôହାନ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନଶିକ୍ଷକଶ୍ରୀ ରାୟ ମୋ ସ୍କୁଲଅଭିଯାନ  ଆମ  ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ସମସ୍ତଙ୍କରଏକମନ ଓ ଏକ ପ୍ରାଣ ହୋଇ କାମ କରିବାକୁ ନିବେଦନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜେନ୍ଦ୍ରପ୍ରସାଦ  ମହାନ୍ତି,ଯୁଗ୍ମସଂପାଦକ ନବକିଶୋର ମହାନ୍ତି, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ପରିଡା,କାର୍ଯ୍ୟକାରିଣୀ ସଭ୍ୟ ବଂଶୀଧର ଆଚାର୍ଯ୍ୟ ପ୍ରମୁଖ ସେମାନଙ୍କର ନିଜସ୍ୱସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ବୈଠକରେ ଭବିଷ୍ୟତ ପାଇଁ ଏକ ରୋଡ ମ୍ୟାପ୍ପ୍ରସ୍ତୁତ କରାଯିବା ସହିତ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ସବ୍‌କମିଟି ମାନ ଗଠନକରାଯିବ ,ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା।ଏହି ବୈଠକରେ ବିଦ୍ୟାଳୟର ର ଶିକ୍ଷକ ଶିକ୍ଷୟିତ୍ରୀ ,ପୁରାତନ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ଏବଂ ଛାତ୍ର ,ଶିକ୍ଷକ ,ଅଭିଭାବକ କମିଟିର ସଦସ୍ୟ ମାନେ ଉପସ୍ଥିତଥିଲେ । ଶେଷରେ ପ୍ରଶାନ୍ତ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting