ଜ୍ଞାନଦେବୀ ନାରୀ ସୁରକ୍ଷା କମିଟି ପକ୍ଷରୁ ଅର୍ନ୍ତଜାତିକ ମହିଳା ଦିବସ ପାଳିତ

An Independent Media

ଜଗତସିଂହପୁର: ଜଗତସିଂହପୁର ଜ୍ଞାନଦେବୀ ନାରୀ ସୁରକ୍ଷା କମିଟି ପକ୍ଷରୁ ଆଜିଅର୍ନ୍ତଜାତିକ ମହିଳାଦିବସ ପାଳିତ ହୋଇଯାଇଛି । କମିଟିର ସଭାନେତ୍ରୀ ମିଲନ ଜେନାଙ୍କ ନେତୃତ୍ୱରେଶତାଧିକ ମହିଳା ଯୋଗଦେଇ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପଡିଆରୁ ଏକ ବିଶାଳରାଲିରେ ସହର ପରିକ୍ରମାକରିଥିଲେ । ପରେପରେ ସ୍ଥାନୀୟ ବିଜୁପଟ୍ଟପଟନାୟକ ଛକ ନିକଟରେ ଏକ ସଚେତନତା ସଭା ଅନୁଷ୍ଠିତହୋଇଥିଲା । ଏହି ସଭାରେ ଶ୍ରମିକ ସଂଗଠନର ସଭାପତି ଲୋଭାକାନ୍ତ ସ୍ୱାଇଁ ଯୋଗଦେଇ କହିଥିଲେ ମହିଳାମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଉ । ଆଜିର ଦୁନିଆରେ ମହିଳାମାନଙ୍କ ପ୍ରତି ହେଉଥିବାଅନ୍ୟାୟକୁ ବରଦାସ୍ତ କରାଯିବନାହି,ମହିଳାମାନଙ୍କୁ ସରକାରୀ ବେସରକାରୀକ୍ଷେତ୍ରରେ ରୋଜଗାରକ୍ଷମ କରାଯାଉ ।ଏପରିକି ଜନସଚେତନ ମାଧ୍ୟମରେ ମହିଳାମାନଙ୍କୁ ସଶ୍‌କ୍ତକରାଯାଉ ବୋଲି କହିଥିଲେ । କମିଟିର ସଭାନେତ୍ରୀ ମିଲନ ଜେନା କହିଥିଲେ ଜଗତସିଂହପୁର ଜିଲ୍ଲାରେନାରୀପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ଜ୍ଞାନଦେବୀ ନାରୀ ସୁରକ୍ଷା କମିଟି ଲଢେଇ ଜାରିରଖିବବୋଲି ମତବ୍ୟକ୍ତ କରିଥିଲେ ।  ଏହିକାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ମହିଳା ମାନେ ଯୋଗଦେଇ ଅର୍ନ୍ତଜାତିକମହିଳାଦିବସ ପାଳନର ବକ୍ତବ୍ୟ ପ୍ରଦାନ କରିଥିଲେ ।

error: Thank You Keep Visiting