ବାଲିକୁଦାରେ ଅର୍ନ୍ତଜାତିକ ମହିଳା ଦିବସ ପାଳିତ ଓ ମହିଳା ସମାବେଶ

An Independent Media

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ହାଟପଡିଆ ଠାରେ ବାଲିକୁଦା ଏରସମାନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତାଦଳ ମହିଳା ସଂଗଠନ ମହିଳା ସମାବେଶ ଓ ଅର୍ନ୍ତଜାତିକମହିଳାଦିବସ ପାଳିତ ହୋଇଯାଇଛି । ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ  ମହିଳା ସମାବେଶରେ

ମୁଖ୍ୟଅତିଥିଭାବେ ରାଜ୍ୟ ଜଳସେଚନ,ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ,ସମ୍ମାନୀୟ ଅତିଥି ଭାବେ ସାଂସଦ ଡଃ.ରାଜଶ୍ରୀ ମଲ୍ଲିକ,ଉଦ୍ଘାଟକ ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟ୍‌ନାୟକ ,ମହିଳା କମିଶନର ମିନତୀ ବେହେରା ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ,ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଓ ଅଧିକାର ଆୟୋଗ ସଦସ୍ୟା ମନ୍ଦାକିନୀ କର ପ୍ରମୁଖ ଯୋଗଦେଇ କହିଥିଲେ ରାଜ୍ୟ ସରକାର ମହିଳା ମାନଙ୍କ ୁ ସଶକ୍ତୀ କରଣ ଦିଗରେ ଏକ ବଡପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକି ମହିଳାମାନେ ଏବେ ନିଜେନିଜକୁ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ସରକାର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି । ନାରୀ ନିର୍ଯ୍ୟାତନା ହାର ଏବେ କମିବାର ଲାଗିଛି । ମହିଳା ମାନଙ୍କ ଦ୍ୱାର ସମାଜରେ ବୈପ୍ଳବିକ ପରିବତ୍ତନ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଆଜିର ମହିଳା ସମାବେଶରେ ୨୦ହଜାରୁ ଉର୍ଦ୍ଧ୍ୱ ମହିଳା ଯୋଗଦେଇ ଥିଲେ । ଏହି ସମାବେଶରେ ବାଲିକୁଦା ଏରସମା ନିର୍ବଚନ ମଣ୍ଡଳୀ ବିଜୁଜନତାଦଳର କର୍ମକର୍ତ୍ତା,ଜିଲ୍ଲାପରିଷଦ ସଭ୍ୟା ସଭ୍ୟା ଯୋଗଦେଇଥିଲେ ।

error: Thank You Keep Visiting