ଗୋଷ୍ଠିଭିତିକ ପୋଷଣ କାର୍ଯ୍ୟକ୍ରମରେ ‘କରୋନା’ ସଚେତନତା

An Independent Media

ଜଗତସିଂହପୁର: ରଘୁନାଥପୁର ବ୍ଲକ ମହିଳା ଶିଶୁ ବିକାସ ବିଭାଗ ପକ୍ଷରୁ ଅନୁଷ୍ଠିତଗୋଷ୍ଠିଭିତିକ ପୋଷଣ କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମି ଓ ଆଶାଦିଦି ମାନଙ୍କୁ କରୋନା ସଚେତନତାସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସିଡିପିଓ ଜ୍ୟୋସ୍ନାରାଣୀ ମଲ୍ଲିକଙ୍କ ତତ୍ୱାବଧାନରେସୁପରଭାଇଜର ସଞ୍ଜୁକ୍ତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା ଓ ସୋନାଲିପ୍ରିୟଦର୍ଶିନୀ ଏ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କୋମଳମତି ଶିଶୁଙ୍କ ଠାରୁ ବୟଷ୍କ ବ୍ୟକ୍ତିପର୍ଯ୍ୟନ୍ତ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ହାତ ସଫା ରଖିବା, କାଶିବା ବା ଛିଙ୍କିବା ସମୟରେ ମୁହଁରେ ରୁମାଲ ଘୋଡାଇବା, ଅସୁସ୍ଥ ବ୍ୟକ୍ତିଙ୍କ ଠାରୁ ଦୂରତ୍ୱ ରକ୍ଷାକରିବା ସମ୍ପର୍କରେ ପ୍ରଶିକ୍ଷଣଦିଆଯାଇଥିଲା । ଏହାଛଡା ନିରାପଦ ବିଶୁଦ୍ଧ ପିଇବା ପାଣି, ପରିଷ୍କାର ପରିଚ୍ଛନତା ଏବଂ ହାତ ଧୋଇବାର କୌଶଳ ସମ୍ପର୍କରେ ଅବଗତ କାରାଯାଇଥିଲା।  ଜ୍ୟୋତି ମହାସଙ୍ଘ ସଭାକକ୍ଷରେ ୩ଟି ପଂଚାୟତର୨୫ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

error: Thank You Keep Visiting