ଆର୍ନ୍ତଜାତିକ ମହିଳା ଦିବସ ରେ ପ୍ରତ୍ୟେକଙ୍କପାଇଁ ସମାନତା ଆବଶ୍ୟକ

An Independent Media

ଭଦ୍ରକ:  ଜିଲ୍ଲାସଂସ୍କୃତି ଭବନ ପରିସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ପକ୍ଷରୁ ଆର୍ନ୍ତଜାତିକମହିଳା ଦିବସ ଜିଲ୍ଳା ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ମିଳିତ ସହଯୋଗରେ ପାଳିତହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଭାରପ୍ରାପ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ରଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରକଳ୍ପନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗନ୍ନାଥ ପହି ପ୍ରମୁଖ ଯୋଗଦାନ କରିଥିଲେ ।ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଆସିଆନାର ସମ୍ପାଦିକା ସୋଫିଆ ସେକ୍‌, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ରାଧାରାଣୀମହାପାତ୍ର, ବାଳିକା ଶିକ୍ଷା ସଂଯୋଜିକା ଇପ୍‌ସିତା ଜେନା,ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ବିଜୟକେତନ ସାହୁ,ଜିଲ୍ଳା ପ୍ରକଳ୍ପ ସଂଯୋଜକ (ମମତା) ପ୍ରଦ୍ୟୁମ୍ନ ଘୋଷ,ଜିଲ୍ଳା ପ୍ରକଳ୍ପ ସଂଯୋଜକ (ମିଶନ ଶକ୍ତି) ସୀତାଂଶୁମହାପାତ୍ର ସମେତ ସମାଜସେବୀ ଲଲାଟେନ୍ଦୁ ମହାନ୍ତି, ଏସ୍‌.ଏମ୍‌.ଫାରୁକ୍‌, ଜମ୍ବୁବତୀ ଜେନା ଏବଂ ସମସ୍ତ ବ୍ଲକର ସିଡ଼ିପିଓ,ସୁପରଭାଇଜର, ଅଙ୍ଗନୱାଡ଼ି କର୍ମି, ଆଶା କର୍ମି, ସ୍ୱଧାରଗୃହର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସୁରକ୍ଷା ଅଧିକାରିଣୀ(ଘରୋଇ ହିଂସା) ସଙ୍ଗୀତା ଦେ ଙ୍କ ସଭାପତିତ୍ୱ ଓ ପ୍ରଭାବତୀ ଜେନା ଙ୍କ ସଂଯୋଜନାରେ ଅନୁଷ୍ଠିତକାର୍ଯ୍ୟକ୍ରମରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତେବାସୀ ମାନଙ୍କ ଦ୍ୱାରାପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ମୁଖ୍ୟଅତିଥି ନିଜ ଅଭିଭାଷଣରେ ମହିଳା ମାନଙ୍କରସ୍ୱାଧୀନତା, ସ୍ୱାବଲମ୍ବୀ ଓ ଅଧିକାର ସମ୍ବନ୍ଧରେ ଆଲୋକପାତକରିଥିଲେ ଏବଂ ପ୍ରତ୍ୟେକଙ୍କ ପାଇଁ ସମାନତା ଆବଶ୍ୟକ ବୋଲି କହିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକନିଜ ବକ୍ତବ୍ୟରେ ପ୍ରତ୍ୟେକ ନାରୀ ଭିତରେ ଏକ ମାଆର ସ୍ଥିତିକୁ ସମସ୍ତେ ଅନୁଭବ କରିବା ଉଚିତ୍ବୋଲି କହିଥିଲେ । ପ୍ରାଧ୍ୟାପିକା ଶ୍ରୀମତୀ ପଟ୍ଟନାୟକ ନାରୀ ଦୁର୍ବଳା ନୁହେଁ ସେ ସବଳା ବୋଲିମତବ୍ୟକ୍ତ କରିଥିଲେ । ଅନ୍ୟ ପ୍ରମୁଖ ବକ୍ତାମାନେ ମହିଳା ମାନଙ୍କର ସଶକ୍ତି କରଣ ନିମନ୍ତେସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଆସିୟାନା,ଇନରହୁଇଲର୍ କ୍ଲବ୍‌, ଗଣତାନ୍ତ୍ରିକ ମହିଳା ସମିତି, ପ୍ରଗତି ଯୁବକ ସଂଘ,ଫେଲୋସିପ୍‌, ନୁହାସ୍ ପ୍ରମୁଖ ସଙ୍ଗଠନ ସହଯୋଗ କରିଥିଲେ । ଏହି ଅବସରରେ ସମନ୍ୱିତ ଶିଶୁ ବିକାଶଯୋଜନା, ମମତା ଓ ମିଶନ୍ ଶକ୍ତିରେ କାର୍ଯ୍ୟକରିଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନକରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ଜିଲ୍ଲା ସମାଜମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତାରଶ୍ମିତା ନାୟକ, ରାଜକୁମାର ସେଠୀ, ପ୍ରଭାତ ପାଲ, ସମେତ ଆସିଆନାର ରିୟାଜ୍ ଅହମ୍ମଦ, ଅନିମା ପଣ୍ଡା, ପିଜିଏସ୍ ର ବିସ୍ମିତା ଯେନା, ମମିତା ବଳ, ଫେଲୋସିପ୍ ଓ ଚାଇଲ୍ଡି ଲାଇନ୍‌ରକର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।

error: Thank You Keep Visiting