କୋଣାର୍କ କ୍ଲବର ବାର୍ଷିିକ ଉତ୍ସବ; ଯୁବକମାନେ ସଂସ୍କୃତି ସମ୍ପନ୍ନ ହେବା ଉଚିତ

An Independent Media

ଭଦ୍ରକ:  ଭଦ୍ରକବାଲିପାଟଣା ସ୍ଥିତ କୋଣାର୍କ କ୍ଳବର ୩୬ତମ ବାର୍ଷିକ ଉତ୍ସବ ସମାଜସେବୀ ସୁଧାକର ରାଉତଙ୍କସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଯୋଗ ଦେଇତାଙ୍କ ଅଭିଭାଷଣରେ ଯୁବକମାନେ ସଂସ୍କୃତିକୁ ଭୁଲି ଅବକ୍ଷୟମୁଖୀ କାର୍ଯ୍ୟକଳାପରେ ନିଜକୁ ନିୟୋଜିତକରିବା କହି କ୍ଷୋଭ ପ୍ରକାଶ କରିବା ସଙ୍ଗେ ସଙ୍ଗେ ହତାଶ ନ ହୋଇ ଯେଉଁ ବୟସରେ ଆହରଣ କରିବା କଥାଯତ୍ନର ସହିତ କଠିନ ପରିଶ୍ରମ କରି ଶିକ୍ଷା ଓ ସଦ୍‌ବୁଦ୍ଧିରେ ନିଜକୁ ନିୟୋଜନ କରିବାକୁ ପରାମର୍ଶଦେଇଥିଲେ । ମୁଖ୍ୟ ଅତିଥି ସମାଜସେବୀ ଡାକ୍ତର ପ୍ରଦୀପ ନାୟକ ଯୋଗ ଦେଇ କରୋନାର ଭୟାବହତା ସମ୍ପର୍କରେଡରି ନ ଯାଇ ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେଥି ପ୍ରତି ସତର୍କ ରହିବାକୁ ପରାମର୍ଶଦେଇଥିଲେ । ବରେଣ୍ୟ ଅତିଥି ‘ତ୍ୟାଗଭୂମି’ ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ କୋଣାର୍କ କ୍ଳବର ସମସ୍ତସଦସ୍ୟମାନଙ୍କ ବିଭିନ୍ନ ସାଂଗଠନିକ କାର୍ଯ୍ୟ ସାଙ୍ଗକୁ ଅବକ୍ଷୟମୁଖୀ ସମାଜର ପରିବର୍ତ୍ତନ ପାଇଁକାର୍ଯ୍ୟ କରିବାକୁ ମରାମର୍ଶ ଦେଇଥିଲେ । ବାର୍ଷିକ ଉତ୍ସବ ଅବସରରେ ସମାଜସେବୀ ନାରାୟଣପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ପରିଚୟ ସଭ୍ୟ ରଞ୍ଜନ ପ୍ରଧାନ ଦେଇଥିବା ବେଳେଚିନ୍ମୟ ସ୍ୱାଇଁ ମାନପତ୍ର ପାଠ କରିଥିଲେ । ଗଦାଧର ନାୟକ ଓ ସମ୍ପାଦକ ବିନୋଦ ନାୟକ ସଂଯୋଜନାକରିଥିବା ବେଳେ କ୍ଲବର ସଭାପତି ମାୟାଧର ରାଉତ, ପାଠାଗାର ସଭାପତିମୁକ୍ତିକାନ୍ତ ନାୟକ, ସମ୍ପାଦକ ସତ୍ୟଜିତ ନାୟକ, ବିମଳ ରାଉତ, ଦେବେନ୍ଦ୍ର ରାଉତ, ଚନ୍ଦନ ନାୟକ, ସନ୍ତୋଷ ପରିଡ଼ା, ଅନିରୁଦ୍ଧ ନାୟକ, ପ୍ରଶାନ୍ତ ନାୟକ, ଚିତ୍ତ ରଂଜନ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ‘କଣ୍ଢେଇ ଡ୍ୟାନ୍ସ ଗ୍ରୁପ୍‌’ ବାଲେଶ୍ୱରରକଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

error: Thank You Keep Visiting