ସବୁଜ ଉତ୍ସବ – ୨୦୨୦ର ଦ୍ୱିତୀୟ ସନ୍ଧ୍ୟା

An Independent Media

‘ଫାୟାର ବଣ୍ଡ’ର ଉଦ୍ଦାମ ପାଶ୍ଚାତ୍ୟ ନୃତ୍ୟରେ ଝୁମିଲେ ଦର୍ଶକ

ଭଦ୍ରକ ପରସିଙ୍ଗା ସ୍ଥିତ ସବୁଜ କ୍ଳବ ଦ୍ୱାରା ଆୟୋଜିତ ସବୁଜଉତ୍ସବର ଦ୍ୱିତୀୟ ସନ୍ଧ୍ୟା ଆକର୍ଷଣୀୟ ଥିଲା । କଲିକତାର ଜାତୀୟ ଖ୍ୟାତି ସମ୍ପୂର୍ଣ୍ଣ ଡ୍ୟାନ୍ସଗ୍ରୁପ୍ ‘ଫାୟାର ବଣ୍ଡ’ ଭେଟି ଦେଇଥିଲା ୮ଟି ପାଶ୍ଚାତ୍ୟ ନୃତ୍ୟର ଆଇଟମ, ଯାହା ଦର୍ଶକମାନଙ୍କ ମନ ଜିଣିଥିଲା ଜୁନିଅର ପପୁ ପମ୍‌ପମ୍ ଗୋପୀନାଥ ନାୟକଙ୍କହସକଥା, ରଶ୍ମିତା ନାୟକଙ୍କ ଉପସ୍ଥାପନା ଓ ପ୍ରଶାନ୍ତପଟ୍ଟନାୟକଙ୍କ ଏକକ ନୃତ୍ୟ ବର୍ଷାଭିଜା ସନ୍ଧ୍ୟାକୁ ଉଷ୍ମ କରିଥିଲା । ପ୍ରାରମ୍ଭରେ ମୁଖ୍ୟ ଅତିଥିଓଡ଼ିଶାର ଅବସରପ୍ରାପ୍ତ ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଶରତ ଚନ୍ଦ୍ର ମହାପାତ୍ର,ସମ୍ମାନିତ ଅତିଥି ଓଡ଼ିଆ ବାର୍ କାଉନସିଲ ସଦସ୍ୟ ତଥାଭଦ୍ରକର ସ୍ୱତନ୍ତ୍ର ପିପି ଆଇନଜୀବୀ ପବନ କୁମାର ଶର୍ମା ଓ ମୁଖ୍ୟବକ୍ତା ତଥା ବାସୁଦେବପୁରତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଜଗନ୍ନାଥଙ୍କ ପ୍ରତିମା ନିକଟରେ ଧୂପ, ପୁଷ୍ପ ପ୍ରଦାନ କରି ସବୁଜ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ ସବୁଜ କ୍ଲବର ସଦସ୍ୟମାନେ ବୃକ୍ଷରୋପଣ କରି ଏଅଞ୍ଚଳର ସବୁଜିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ଶର୍ମାଏ ଦେଶର ସମ୍ବିଧାନକୁ ସମ୍ମାନ ଓ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମଆୟୋଜନ କରିବା ପାଇଁ ଉପଦେଶ ଦେଇଥିଲେ । ସାହିତ୍ୟିକ ଶ୍ରୀ ପାଣିଗ୍ରାହୀ ସବୁଜ ରଙ୍ଗରସ୍ୱତନ୍ତ୍ରତା ଓ ସୃଜନଶୀଳତା ଦର୍ଶାଇଥିଲେ । କ୍ଳବର ସଭାପତି ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ଅଜୟ କୁମାର ଧଳ ଉତ୍ସବର ଅତୀତ ଓ ବର୍ତ୍ତମାନର ଏକସଂକ୍ଷିପ୍ତ ଚିତ୍ର ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ପ୍ରଦୀପମହାନ୍ତି । ସାଂସ୍କୃତିକ ସମ୍ପାଦକ ସନାତନ ମହାନ୍ତି, ଉପଦେଷ୍ଟା ତପନ ମଲ୍ଲିକ ଓ ବିଶାଲ ଗୋପାଲ ଲାଖାନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତଏହି ଉତ୍ସବରେ ରତ୍ନାକର ମହାନ୍ତି, ପ୍ରିୟବ୍ରତ ନାୟକ, ଦୀପକ ମହାନ୍ତି, ସୁଜିତ ନାୟକ, ପ୍ରଫୁଲ୍ଲ ସାହୁ, ପ୍ରକାଶ ମହାନ୍ତି, ଶମ୍ଭୁନାଥ ମହାନ୍ତି ତଥା ସବୁଜ ପରିବାରର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।ଏହି ଉତ୍ସବରେ କ୍ଳବର ପ୍ରତିଷ୍ଠାତା ସଦସ୍ୟ ନାଟ୍ୟ ନିର୍ଦ୍ଦେଶକ ବିଷ୍ଣୁ ମୋହନ ପାଢୀ ଓସମାଜସେବୀ ନିରଞ୍ଜନ ସାମଲଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

error: Thank You Keep Visiting