ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତୀ ସମାରୋହ

An Independent Media

ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତାଦଳ ପକ୍ଷରୁ ଆଜି ବିଜୁ ଜୟନ୍ତୀ ସମାରୋହ ସହୀଦ ସ୍ମୃତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତହୋଇଯାଇଛି । ଏଥିରେ ବିଜେଡିର ଜିଲା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ ଅଧ୍ୟକ୍ଷତାକରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକର ପ୍ରଥମ ମହିଳା ସାଂସଦ ମଂଜୁଲତା ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ପର୍ଯ୍ୟବେକ୍ଷିକା ସଂପା ମଜୁମଦାର ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ ମହିଳାସଶକ୍ତିକରଣ କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କର ସୁପୁତ୍ର ନବୀନପଟ୍ଟନାୟକଙ୍କ ଅତୁଳନୀୟ ଅବଦାନ ଦେଶରେ ସର୍ବପ୍ରଥମ ବୋଲି କହିଥିଲେ । ପଂଚାୟତରାଜ ବ୍ୟବସ୍ଥାରେଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ବିଜୁ ବାବୁ ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେଇଥିବାବେଳେନବୀନ ବାବୁ ମଧ୍ୟ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଆଉ ପାଦେ ଆଗକୁ ଯାଇ ୫୦ ଭାଗ ସଂରକ୍ଷଣପ୍ରଦାନ କରିଛନ୍ତି । ଏଥିସହିତ ଦେଶରେ ପ୍ରଥମ କରି ସଂସଦୀୟ କ୍ଷେତ୍ରରେ ନବୀନ ପଟ୍ଟନାୟକ ୩୩ପ୍ରତିଶତ ମହିଳାଙ୍କୁ ବିଜେଡିରୁ ପ୍ରାର୍ଥୀ କରାଇଛନ୍ତି । ମହିଳାମାନଙ୍କୁ ଅର୍ଥନୈତିକକ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ସ୍ୱୟଂ ସହାୟିକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୭୦ ଲକ୍ଷମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇପାରିଛି । ଯେଉଁଥିପାଇଁ ଓଡ଼ିଶା ରାଜ୍ୟର ମହିଳାମାନଙ୍କ ଆୟଜାତୀୟ ସ୍ତରରେ ପ୍ରଥମେ ରହିଛି । ମହିଳାମାନଙ୍କୁ ବିଜୁ ଜନତା ଦଳ ସରକାର ବିଭିନ୍ନ ଯୋଜନାରେସାମିଲ କରିଛି ବୋଲି ବକ୍ତାମାନେ କହିଥିଲେ । ଏହି ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ୱ ବିଜୁ ମହିଳାଜନତା ଦଳର କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ । ଏହି ଅବସରରେ ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି, ଜନପ୍ରିତିନିଧି ଓ ମିଶନ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମାବେଶରେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷାଜ୍ୟୋସ୍ନାମଂଜରୀ ରାଉତ, ଜିଲା ପରିଷଦ ସଭ୍ୟ ସୁକାନ୍ତି ନାୟକ,ପ୍ରତିମା ଜେନା, ତାହେରା ଖାତୁନ, ଦେବହୁତି ମହାପାତ୍ର, ଦେବୀଦତ୍ତା ମହାନ୍ତି, ଦେବସ୍ମିତା ମହାନ୍ତି, ଅଂଜନା ଜେନା, ଇତିଶ୍ରୀ ବେହେରା, ରଂଜିତା ମହାଳିକ, ଅଂଜଳି ମୁଦୁଲି, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସ୍ୱର୍ଣ୍ଣପ୍ରଭାସେଠୀ, ମମତା ପ୍ରଧାନ, ଜୟଶ୍ରୀ ମହାପାତ୍ର, ରାଜଲକ୍ଷ୍ମୀ ମହାପାତ୍ର, ସସ୍ମିତା ନାଥ, ମମତା ସିଂ, ଉର୍ମିଳା ଜେନା, କମଳିନୀ ଘଡେଇ, ରଂଜିତା ନାୟକ, ରଶ୍ମିତା ମଲ୍ଲିକ, ଶାନ୍ତିଲତା ରାଉତ, ଶ୍ୟାମମଂଜରୀ ଜେନା, ଅନୁପମା ଜେନା ଓ ମିନାକ୍ଷୀ ପରିଡା ପ୍ରମୁଖ ବହୁ ସରପଞ୍ଚ, ସମିତିସଭ୍ୟ, ସାମାଜିକ କର୍ମୀ ଯୋଗଦେଇଥିଲେ ।

error: Thank You Keep Visiting