ମଦିନା ମଇଦାନରେ ସତ୍ୟାଗ୍ରହ ଆଜି ୪୩ଦିନରେ

An Independent Media

ମଦିନା ମଇଦାନ ସତ୍ୟାଗ୍ରହ ସ୍ଥଳୀରେ ଜେଏନ୍‌ୟୁ ଛାତ୍ରନେତା ରାମା ନାଗ୍‌

ଭଦ୍ରକ: ନାଗରିକ ସଂଶୋଧନ ଆଇନ୍ (ସିଏଏ), ରାଷ୍ଟ୍ରୀୟ ନାଗରିକା ପଂଜିକା (ଏନ୍‌ଆରସି), ଜାତୀୟ ଜନଗଣନା ପଂଜିକା (ଏନ୍‌ପିଆର) ବିରୁଦ୍ଧରେ ଭଦ୍ରକର ମଦିନା ମଇଦାନ ଠାରେଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆଜି ୪୩ଦିନରେ ପହଞ୍ôଚଛି । ଦେଶସାରାଏହି ଆଇନ୍ ବିରୁଦ୍ଧରେ ପ୍ରତିବାଦ ଓ ପ୍ରତିରୋଧ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାରପ୍ରତ୍ୟାହାର କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି । ଆମ ଦେଶର ଅର୍ଥନୈତିକସଂକଟ ଗଭୀର ଭାବେ ଏଥିଯୋଗୁଁ ପ୍ରଭାବିତ ହୋଇଥିବାବେଳେ ୟେସ୍ ବ୍ୟାଙ୍କରେ ରଖିଥିବା ଜମାକାରୀମାନେଘୋର ସଂକଟ ଭିତରେ ଅଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତି ପରିବର୍ତ୍ତନ କରି ମୋଦି-ଶାହାଯୋଡି ପରୋକ୍ଷ ଭାବରେ ଜମାକାରୀମାନଙ୍କ କଷ୍ଟଅର୍ଜିତ ଅର୍ଥକୁ ହଡପ କରୁଛନ୍ତି ବୋଲି ବକ୍ତାମାନେଆଜି ସତ୍ୟାଗ୍ରହ ସ୍ଥଳରେ ପ୍ରକାଶ କରିଛନ୍ତି । ଗତ ୬ ବର୍ଷ ଭିତରେ ଆମ ଦେଶରେ ୭୩ ହଜାର ଚାଷୀ ,୧୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ, ୧୪ ଶହରୁ ଉର୍ଦ୍ଧ୍ୱ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଦେଶର ମୋଟ ଘରୋଇ ଉତ୍ପାଦନ ଶତକଡା ୪.୨ ପ୍ରତିଶତ ଖସିଆସିଛି ।ଦେଶର ଯୁବକମାନେ ନିଯୁକ୍ତି ପାଇବା ପରିବର୍ତ୍ତେ ଛଟେଇ ହେଉଛନ୍ତି । ଫଳରେ ୬ ବର୍ଷ ଭିତରେ ୨୦କୋଟି ୨୦ ହଜାର ଯୁବକ  ଓ ଶ୍ରମିକ ସେମାନଙ୍କରକାର୍ଯ୍ୟ ହରାଇଛନ୍ତି । ଏହା ବିରୁଦ୍ଧରେ ଦେଶସାରା ଏହି ଆନ୍ଦୋଳନ ଚାଲିଥିବାବେଳେ ମୋଦି ସରକାରଉପରୋକ୍ତ କଳା ଆଇନ୍ ଆଣି ଦେଶର ସମ୍ବିଧାନ, ଗଣତନ୍ତ୍ର ଓଭାଇଚାରା ଉପରେ କୁଠାରଘାତ କରିଛନ୍ତି ବୋଲି ସତ୍ୟାଗ୍ରହ ସ୍ଥଳୀରେ ଆଜି ଯୋଗଦେଇଥିବା ଜେଏନ୍‌ୟୁରପୂର୍ବତନ ସାଧାରଣ ସଂପାଦକ ରାମା ନାଗ ପ୍ରକାଶ କରିଛନ୍ତି । ଆଜିର ଏହି ସତ୍ୟାଗ୍ରହରେ କମିଟିରସଭାପତି ଦିବ୍ୟସିଂହ ନାୟକ ସଭାପତିତ୍ୱ କରିଥିବାବେଳେ ଅନ୍ୟତମ ବକ୍ତା ଭାବେ ଏସ୍‌ଏଫ୍‌ଆଇରପୂର୍ବତନ ରାଜ୍ୟ ସଭାପତି ବିକାଶ ନାଥ, ସତ୍ୟାଗ୍ରହ କମିଟିର ସଂପାଦକ ନୁର ମୁଜାସମ୍‌,ଯୁବନେତା ନାସିରୁଦ୍ଦିନ୍ ଖାନ୍‌, ସିପିଆଇ (ଏମ୍‌) ଭଦ୍ରକ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ,କୃଷକ ନେତା ଅଭିରାମ ବଳ, ଛାତ୍ରନେତା ବିକ୍ରମ ନାୟକ, ସେକ୍ସିରାଜୁଦ୍ଦିନ୍‌, ଆଇନ୍‌ଜୀବୀ ତୁଷାରକାନ୍ତ ମହାନ୍ତି, ଛାତ୍ରନେତ୍ରୀ ତମନ୍ନା ପରୱିନ ପ୍ରମୁଖ ବକ୍ତବ୍ୟ ରଖି ଉପରୋକ୍ତ କଳା ଆଇନ୍ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ ।

error: Thank You Keep Visiting