ବଡଓରାଳି ଗାଁରେ ଏବେବି ଚାଲିଛି ପ୍ରଜାକୋର୍ଟ
ଜମିବାଡି ବିବାଦକୁ କେନ୍ଦ୍ରକରି ୨ ପରିବାର ବାଚ୍ଛନ୍ଦ, ବାଚ୍ଛନ୍ଦ ପରିବାର ଲୋକଙ୍କ ସହ କଥାହେଲେ ୫ହଜାର ଟଙ୍କା ଜରିମାନା
ଭଦ୍ରକ: ସାଧାରଣ ଜନତାଙ୍କ ହିତପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ବହୁବିଧ ଯୋଜନା ପ୍ରଣୟନ କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହାକୁ ତଦାରଖ ମଧ୍ୟ କରାଯାଉଛି ।ସାଧାରଣ ଲୋକଟିଏ ଯେପରି ସୁଖ ସ୍ୱାଚ୍ଛନ୍ଦ୍ୟରେ ଚଳପ୍ରଚଳ କରିବ, ସେନେଇ ସମସ୍ତଙ୍କ ଭୂମିକା ମଧ୍ୟ ରହିଛି । ସାହିପଡିଶା, ଭାଇ ବନ୍ଧୁ କୁଟୁମ୍ବ ସହିତ କାଳାତିପାତ କରିବା ସହିତ ପରସ୍ପର ମଧ୍ୟ ସହଯୋଗରହିବା ମଧ୍ୟ ନିତ୍ୟାନ୍ତ ଜରୁରୀ । ଆଇନ୍ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ଭଦ୍ରକ ଜିଲାତିହିଡି ଥାନା ବୋଡକ ପଂଚାୟତ ଅଧୀନ ବଡଓରାଳି ଗାଁରେ ଏବେବି ଚାଲିଛି ପ୍ରଜାକୋର୍ଟ । ଗାଁ ଲୋକଙ୍କନିଷାପରେ ଅରାଜି ହେବାରୁ ଦୁଇଟି ପରିବାରକୁ ବାଚ୍ଛନ୍ଦ କରାଯାଇଥିବା ସଂପ୍ରତି ଚର୍ଚ୍ଚାର ବିଷୟସାଜିଛି । ଦୁଇ ପରିବାରକୁ ଧାନ ବିଲରେ ଗାଁ ଲୋକଙ୍କ ହିଡ ଦେଇଯିବା ମନା, ଗାଈ ପାଳି ମନା, ବିଲକୁ ପାଣି ମଡେଇବା ମନା, ଗାଁ ଲୋକଙ୍କ ସହିତ କଥା ହେବା ମନା, ଠାକୁର ମନ୍ଦିର ଯିବା ମନା, ବିଲକୁ ପାଣିମଡେଇବା ମନା, ଗାଁ ଦୋକାନ ମନା ଆଦି ନିର୍ଦ୍ଦେଶ ହେବା ସହିତକାର୍ଯ୍ୟକାରୀ ମଧ୍ୟ ହୋଇଛି । ଅନ୍ୟପଟେ ଗ୍ରାମବାସୀଙ୍କ ପକ୍ଷରୁ ଯଦି କେହି ଏହି ପକ୍ଷଙ୍କ ସହିତକଥାବାର୍ତ୍ତା ହେବେ, ତେବେ ସେ ଗାଁର ନିଷ୍ପତ୍ତି କ୍ରମେ ୫ ହଜାରଟଙ୍କା ଜରିମାନା ଦେବେ ବୋଲି ମଧ୍ୟ ଘୋଷଣା ହୋଇଛି । ଗାଁ ଲୋକଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁଗାଁ ଚୌକିଆର ଜ୍ୱାଇଁ ରଂଜିତ ଜେନା ଏହି ପ୍ରଥମ ପକ୍ଷଙ୍କୁ ଗତ ଫେବୃୟାରୀ ୧୧ ରେ ତାଗିଦ କରିକହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସରପଞ୍ଚ ସଂପୂର୍ଣ୍ଣ ଭାବେ ଅବଗତ ହୋଇଥିବାବେଳେ ଏହାରସମାଧାନ କରିବା ଲାଗି ଏହି ଦୁଇ ପରିବାର ଓ ଗ୍ରାମବାସୀଙ୍କ ଗତ ଫେବୃୟାରୀ ୨୨ ରେ ଏକ ବୈଠକଜରିଆରେ ସମାଧାନ କରିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହାତ ଟେକି ଦେଇଥିବାଜଣାଯାଇଛି । ଯାହାକୁ ନେଇ ପ୍ରଥମ ପକ୍ଷ ଲୋକଲଜ୍ଜା ଓ ଭୟରେ ପ୍ରଶାସନର ଦ୍ୱାରସ୍ଥ ହୋଇନଥିବାଜଣାଯାଇଛି । ପ୍ରକାଶ ଥାଉକି ଏହି ଗାଁର ବାବାଜୀ ବେହେରା, ପ୍ରଫୁଲ୍ଲ ବେହେରା, ବିକ୍ରମ ବେହେରା ଓ ରବିନ୍ଦ୍ର ବେହେରା ଏବଂଭାୟାରା ସତ୍ୱାଧିକାରୀ ଅନିଲ ବେହେରାଙ୍କ ସହିତ ଜମିବାଡି ବିବାଦକୁ କେନ୍ଦ୍ର କରି ବାକବିତଣ୍ଡାହୋଇଥିଲା । ପରେ ଉଭୟପକ୍ଷ ଗାଁ ଭଦ୍ରଲୋକଙ୍କ ସହାୟତା ଲୋଡିଥିଲେ । ବାବାଜୀ ବେହେରା ଓ ପ୍ରଫୁଲ୍ଲବେହେରା ବାହାରେ ରହୁଥିବାବେଳେ ବିକ୍ରମ ବେହେରା ଓ ରବିନ୍ଦ୍ର ବେହେରା ଗାଁରେ ରହିବ ଗାଁ ଲୋକଙ୍କଏପରି ଶରବ୍ୟର ଶୀକାର ହେବା ସହିତ ସେମାନଙ୍କର ମାନବାଧିକାର ଆଇନ୍ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗହୋଇଛି । ଦୁଇଥର ବୈଠକ ବସିଥିଲେ ମଧ୍ୟ ଗାଁ ଲୋକେ କୌଣସି ନିଷ୍ପତ୍ତି ମିଳିନଥିବାରୁ ପ୍ରଥମ ପକ୍ଷବାଧ୍ୟହୋଇ ମାନ୍ୟବର ଅଦାଲତରେ ଆଶ୍ରୟ ନେଇଛନ୍ତି । ଅଦାଲତ ପକ୍ଷରୁ ୨ୟ ପକ୍ଷଙ୍କୁ ନୋଟିସ୍ ଜାରିହେବାପରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଦୁଇ ଦୁଇ ଥର ଗାଁରେ ବୈଠକମଧ୍ୟ ହୋଇଥିଲା । ଗ୍ରାମବାସୀ ଥାଉଁ ଥାଉଁ କଣ ପାଇଁ ପ୍ରଥମ ପକ୍ଷ ଅଦାଲତରେ ଆଶ୍ରୟ ନେଲ,ଯାହାର ଫଳ ସ୍ୱରୂପ ସେମାନଙ୍କୁ ଗାଁରୁ ବିଚ୍ଛନ୍ଦକରାଗଲା ବୋଲି ନିଷ୍ପତ୍ତି ନିଆଯାଇଥିଲା । ଗାଁ ମୁଖିଆ ବାଇଧର ବେହେରା, ସଂପାଦକ ବାବାଜୀ ସ୍ୱାଇଁ ଓ ସକ୍ରିୟ ସଭ୍ୟ ରଂଜନ ବେହେରା ପ୍ରମୁଖ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଏହି ପକ୍ଷ କ୍ଷୋଭର ସହ ପ୍ରକାଶକରିଛନ୍ତି । ପରେ ଏହି ଘଟଣାକୁ ନେଇ ଏହି ପକ୍ଷ ସରପଞ୍ଚଙ୍କ ଦ୍ୱାରସ୍ଥ ହୋଇ ବିଫଳ ହେବା ପରେନୀରବ ହୋଇଥିବା ବେଶ୍ ଅନୁମେୟ ।