ମେଲଣରୁ ଫେରୁଥିବାବେଳେ ଡଙ୍ଗା ବୁଡି ଯୁବକ ମୃତ
ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ନରଦା ହରିପୁର ଘାଟରେ ଡ଼ଙ୍ଗା ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଲେଖନପୁର ଗାଁର ଦୋଳ ବିମାନ ଟାଙ୍ଗୀ-ଗୋବିନ୍ଦପୁର ମେଲଣକୁ ଯାଇ ମେଲଣ ସାରି ହରିପୁର ଘାଟରେ ଡ଼ଙ୍ଗା ରେ ୧୦ ରୁ ୧୫ ଜଣ ପାରିହୋଇ ଆସୁଥିବା ବେଳେ ବିରୂପା ନଦୀରେ ଡ଼ଙ୍ଗାଟି ବୁଡି ଯାଇଥିଲା। ଏଥିରେ ଭୀମଦାସପୁର ପଞ୍ଚାୟତ ଗୋଠଦା କୁଣ୍ଡିକୁଳ ଗ୍ରାମର ରଶ୍ମି ରଞ୍ଜନ ବେହେରା ବୁଡି ମୃତୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ସହାୟତାରେ ରଶ୍ମି ରଞ୍ଜନଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ +୨ ପରୀକ୍ଷା ଦେଉଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।