ବିଧାୟକ ସଂଜୀବଙ୍କ ପ୍ରୟାସରେ ବଦଳିଲା ବଗମରା ଗାଁର ଭୌଗୋଳିକ ଚିତ୍ର

An Independent Media

ଭଦ୍ରକ: ବିଧାୟକଙ୍କ ପ୍ରଚେଷ୍ଟାରେ ବଦଳିଲା ଗାଁର ଭାଗ୍ୟ ଓଭୌଗୋଳିକ ଚିତ୍ର । ଦେଶ ସ୍ୱାଧୀନତାର ସ୍ୱାଦ ଗ୍ରାମବାସୀ ପାଇଥିଲେ ସତ । କିନ୍ତୁ ଗାଁ ମଧ୍ୟକୁଗମନା ଗମନ ପାଇଁ ଭଲ ରାସ୍ତାଟିଏ ନଥିବାରୁ, ଗ୍ରାମବାସୀପରାଧୀନ ଭାବେ କାଳାତିପାତ କରିଆସୁଥିଲେ । ଭଦ୍ରକ ସଦର ମହକୁମା ଠାରୁ ମାତ୍ର ୪ କିମି ଦୂରରେବଗମରା ଗ୍ରାମ ଅବସ୍ଥିତ । ସହରର ଏତେ ନିକଟତର ହେଲେ ମଧ୍ୟ ଗ୍ରାମବାସୀ ବର୍ଷା ଦିନରେ ଟାପୁଅଂଚଳରେ ରହୁଥିବା ଦୃଶ୍ୟମାନ ହେଉଥିଲା । ଦୀର୍ଘ ଦଶନ୍ଧି ଧରି ରାସ୍ତା ସମସ୍ୟା ପାଇଁଗ୍ରାମବାସୀଙ୍କ ପକ୍ଷରୁ ଲୋକ ଲୋକ ପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନଙ୍କୁ ବାରମ୍ବାର ଗୁହାରିକରି ଆସୁଥିଲେ । କିନ୍ତୁ ସେମାନଙ୍କ କଥା ଶୁଣିବା ପାଇଁ କାହା ପାଖରେ ସମୟ ନଥିଲା ।ଗ୍ରାମବାସୀଙ୍କ ଏପରି ଦୁଃଖ ଓ କଷ୍ଟ ସ୍ଥଳେ ସହଯୋଗର ହାତ ବଢାଇଛନ୍ତି ଯୁବ ବିଧାୟକ ସଂଜୀବମଲ୍ଲିକ । ଭଦ୍ରକର ନବ ନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକ କିଛିଦିନ ତଳେ ଗାଁକୁ ଆସି ବାଇକ୍ଦ୍ୱାରା ଚାରିଆଡେ ବୁଲିବା ସହ ଗାଁର ସମସ୍ୟାକୁ ବୁଝିଥିଲେ ଏବଂ ଯଥାଶୀଘ୍ର ସମାଧାନ କରିବା ପାଇଁପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଯାହାକି ଆଜି ବିଧାୟକ ଦେଇଥିବା ପ୍ରତିଶ୍ରୁତି ଆଜି ପାଳନକରିଛନ୍ତି । ନିଜସ୍ୱ ପାଣ୍ଠି ଓ ସରପଞ୍ଚ ପାଣ୍ଠିରୁ ମିଳିତ ଭାବେ ଅନୁଦାନ ଦେଇ ଆଗ୍ରହର ସହରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ । ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ୱପ୍ନପୂରଣ ହୋଇଥିବାରୁ ନିଜର ପ୍ରିୟ ବିଧାୟକଙ୍କୁ ପାଛୋଟି ଆଣିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।ସ୍ୱାଧୀନତା ପରଠାରୁ ରାସ୍ତା ସମସ୍ୟା କଥା କେହି ଶୁଣୁନଥିବା ବେଳେ ମାତ୍ର ଏକବର୍ଷ ହେବ ନୂତନବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଂଜୀବ ମଲ୍ଲିକ ସେମାନଙ୍କ ଦୁଃଖ ଶୁଣିଥିବାରୁ ଭୁରି ଭୁରିପ୍ରଶଂସା କରିଛନ୍ତି ଗ୍ରାମବାସୀ । ଆଜିର କାର୍ଯ୍ୟକ୍ରମରେ ଗେଲଟୁଆ ସରପଞ୍ଚ ସରୋଜ ଦାସଙ୍କ ସହବରିଷ୍ଠ ଆଇନ୍‌ଜୀବୀ ବଟକୃଷ୍ଣ ଦାସ, ପୂର୍ବତନ ସରପଞ୍ଚ ଗଣେଶ ଦାସ ସମେତ ବହୁଗ୍ରାମବାସୀ ଯୋଗ ଦେଇଥିଲେ ।

error: Thank You Keep Visiting