ନିର୍ବାଚନ ସମୟରେ ନେତାଙ୍କ ମନେପଡେ ସନ୍ଦାଡୋ ଗାଁ

An Independent Media

ସ୍ୱାଧୀନତାର ୭୨ ବର୍ଷ ପରେ ବି ନିର୍ମାଣ ହେଉନି ରାସ୍ତା

ଭଦ୍ରକ: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରିରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକା ସୁବିଧାପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲିଡିଣ୍ଡିମ ପିଟୁଥିବାବେଳେ ଏହି ଅର୍ଥର ସୁଦୁପଯୋଗ ହେଉଛି କେବଳ କାଗଜ କଲମରେ । ଯାହାକି ସନ୍ଦାଡୋଗାଁକୁ ଦେଖିଲେ ଜଣାପଡୁଛି । ଏହି ଗାଁର ଅବସ୍ଥା ନିଜ ଆଖିରେ ନଦେଖିଲେ ଅନୁଭବ କରିବା କଷ୍ଟକର ।ବନ୍ତ ବ୍ଲକ୍ ଗୋପୀନାଥପୁର ପଂଚାୟତ ୧୩ନଂ ୱାର୍ଡର ସାନ ସନ୍ଦାଡୋ ଓ କାଳୀମେଘା ଏବଂ ୧୪ ଓ ୧୫ନଂ ୱାର୍ଡରବଡ ସନ୍ଦାଡୋ ଗାଁକୁ ନେଇ ସନ୍ଦାଡୋ ଗାଁ ଗଠିତ । ଏହି ଗାଁ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ନଜର ଆଢୁଆଳରେ ରହିଯାଇଛି । ସାମାନ୍ୟ ମୌଳିକସୁବିଧା ସୁଯୋଗ ପାଇବାରୁ ସେମାନେ ବଂଚିତ ହୋଇଆସୁଛନ୍ତି । ଯାହାକି ବଡ ଦୁଃଖ ଓ ଅନୁତାପର ବିଷୟ ।ଏହି ଗାଁର ସଂଖ୍ୟା ପାଖାପାଖି ୨୫ ଶହ, ତନ୍ମଧ୍ୟରୁ ଭୋଟର ସଂଖ୍ୟା ପାଖାପାଖି ୧୫ ଶହ । ମାତ୍ର ଏଠାକୁଭଲ ରାସ୍ତାଟିଏ ନାହିଁ । ମୁଖ୍ୟ କେନାଲ ରାସ୍ତା ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୨କିମି ଗଲାପରେ ଏହି ଗାଁ ପଡେ । ଏହି ରାସ୍ତାକୁ ଖରାଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ଦିନମାନଙ୍କରେ ଦୁଇଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲିଯିବା ମଧ୍ୟ ବିପଦ ସଂକୁଳ । ଚାରିଚକିଆ ଯାନଯିବା, ରାସ୍ତାସଂକୀର୍ଣ୍ଣତା ପାଇଁ ଆଦୌ ସମ୍ଭବ ନୁହେଁ । ଚାଷଜମି ମଧ୍ୟରେ ଲମ୍ବିଥିବା ଏହି ମାଟି ରାସ୍ତାଟିଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟତସଦାସର୍ବଦା କରିଥାନ୍ତି । ସନ୍ଧ୍ୟା ପରେ ଯିବା ଅର୍ଥ ବିପଦକୁ ଡାକି ଆଣିବା, କିନ୍ତୁଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ବଜାରକୁ ନଗଲେ ରୋଷେଇ ବନ୍ଦ, ପୁଣିକଲେଜକୁ ନଗଲେ ପାଠପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବାଆସିବାକରିବାକୁ ହୋଇଥାଏ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲକୁ, ଆଗରପଡାକଲେଜକୁ, କୋମଳମତିଶିଶୁ ଅଙ୍ଗନୱାଡି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ହେଲେ ଏହି ରାସ୍ତାରେ ଘାଇସୃଷ୍ଟି ହୋଇ ଯୋଗାଯୋଗ ସଂପୂର୍ଣ୍ଣ ବ୍ୟାହତ ହୋଇପଡେ । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇଆସିଲେ, ଏଠାରୁପ୍ରାୟ ୫୦୦ ମିଟର ଦୂରରେ ରହିଥାନ୍ତି । କାରଣ ଏହି ରସ୍ତାରେ ଚାରିଚକିଆ ଗାଡି ଆସିବା ସମ୍ଭବପରହୁଏନାହିଁ । ଦମକଳ ପ୍ରସ୍ତୁତ ଥିବା ଅଥଚ ନିଆଁକୁ ଲିଭାଇବା ପାଇଁ ଅସମର୍ଥ ହେଉଥିବା ଓଆମ୍ବୁଲାନ୍ସ ଆସି ପହଞ୍ôଚବ ଅଥଚ ଗୁରୁତର ରୋଗୀମାନେ ତାର ସୁବିଧା ନେଇପାରୁନଥିବେ, ଏହିପରିଅସମ୍ଭବ ପରିସ୍ଥିତିରେ ସନ୍ଦାଡୋ ଗାଁର ବାସିନ୍ଦାମାନେ କାଳାତିପାତ କରୁଛନ୍ତି । ଏହିସବୁ ସମସ୍ୟାଯୋଗୁଁ ସ୍ୱାକ୍ଷରଙ୍କ ଠାରୁ ନିରକ୍ଷରଙ୍କ ସଂଖ୍ୟା ଅଧିକ । ଆମେ ଯେମିତି ଏକ ଦ୍ୱୀପପୁଂଜରେ ବାସକରୁଛୁ, ତାହାହିଁସବୁବେଳେ ଅନୁଭବ କରୁଛୁ ବୋଲି ଏଠାରେ ବାସିନ୍ଦା ଏହି ପ୍ରତିନିଧିଙ୍କୁ କହିଛନ୍ତି । ନିର୍ବାଚନସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶ୍ରୁତିମାନ ଗମନାଗମନ ସମସ୍ୟାରସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏଁ କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି ବୋଲିପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ବାଲେଶ୍ୱର ଜିଲା ଖଇରା ବ୍ଳକ୍‌ର କିଛି ଗାଁ ଏହି ପଂଚାୟତଅନ୍ତର୍ଗତ ହୋଇଥିବାରୁ ରାସ୍ତା ସମସ୍ୟା ଯୋଗୁଁ ସନ୍ଦାଡୋ ଗାଁର ବାସିନ୍ଦାମାନେ ପାଖାପାଖି ୫କିମି ଅଧିକ ରାସ୍ତା ବର୍ତ୍ତନା ଦେଇ ଆଗରପଡା ବଜାରକୁ ଓ ପଂଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି ।ସବୁଆଡେ ରାସ୍ତା କାର୍ଯ୍ୟ ହେଉଛି ଅଥଚ ଏଠାରେ ହେଉନାହିଁ । ଆମ ଗାଁ ବାସିନ୍ଦାଙ୍କୁ ଏହା ଏକଅଭିଶାପ ବୋଲି କିଛି ବୟସ୍କ ଲୋକ ଲୁହଭିଜା ନୟନରେ ଏହି ପ୍ରତିନିଧିଙ୍କୁ କହିବା ସହ ଏହି ସମସ୍ୟାରସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେବାକୁ ଗ୍ରାମବାସୀମାନେ ଦୃଢଦାବି କରିଛନ୍ତି । ରାସ୍ତା ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ଅଶୋକ ଦାସଙ୍କୁ ଯୋଗାଯୋଗ କରିବାରୁସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ପଂଚାୟତକୁ ଆସୁଥିବା ଅନୁଦାନରେ ପର୍ଯ୍ୟାୟ କ୍ରମେ ରାସ୍ତାନିର୍ମାଣ କରାଯାଉଥିବାର ଆମ ପ୍ରତିନିଧିଙ୍କୁ କହିଛନ୍ତି ।

error: Thank You Keep Visiting