୪ଟି ସନ୍ତାନର ଜନନୀଙ୍କ ସରପଞ୍ଚ ପଦବୀ ମହଙ୍ଗା ପଡିଲା

An Independent Media

କୋର୍ଟ ପକ୍ଷରୁ ଝରଣା ବାରିକଙ୍କୁ ଅସିଦ୍ଧ ଘୋଷଣା, ଆଶାଲତା ହେଲେ ସରପଞ୍ଚ

ଭଦ୍ରକ: ଭଦ୍ରକ ଜିଲା ତିହିଡି ବ୍ଲକ୍ ଶ୍ୟାମସୁନ୍ଦରପୁର ପଂଚାୟତସରପଞ୍ଚ ଝରଣା ବାରିକଙ୍କ ପଦବୀ ଅସିଦ୍ଧ ଘୋଷଣା କରାଯାଇଛି । ଏଥିସହ ନିର୍ବାଚନରେ ତାଙ୍କରନିକଟତମ ପ୍ରତିଦ୍ୱନ୍ଦୀ ଆଶାଲତା ବାରିକ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା କୋର୍ଟ ପକ୍ଷରୁଘୋଷଣା କରାଯାଇଛି । ୪ଟି ସନ୍ତାନର ଜନନୀ ମହଙ୍ଗା ପଡିଛି । ଗତ ତ୍ରିସ୍ତରୀୟ ନିର୍ବାଚନରେସଂପୃକ୍ତ ସରପଞ୍ଚ ନାମାଙ୍କନ ପତ୍ର ଦାଖଲ ସମୟରେ ମିଥ୍ୟା ରିପୋର୍ଟ ପ୍ରଦାନ କରିଥିବା ଏବଂନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ଆସନ ଅଳଙ୍କୃତ କରିବା ଲାଗି ନିର୍ଦ୍ଦେଶ ହୋଇଛି । ତେବେନିକଟତମ ପ୍ରତିନ୍ଦ୍ୱନ୍ଦୀ ଆଶାଲତା ବାରିକଙ୍କ ପକ୍ଷରୁ ଭଦ୍ରକ ସିଭିଲ୍ କୋର୍ଟରେ ଆଶ୍ରୟ ନେଇଥିଲେଏବଂ ବିଳମ୍ବରେ ହେଲେ ମଧ୍ୟ ଧର୍ମର ଜୟ ହୋଇଛି । ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ସହିତସାକ୍ଷ୍ୟ ପ୍ରମାଣ ଆଧାରରେ ଶେଷରେ ଝରଣା ବାରିକଙ୍କୁ ସରପଞ୍ଚ ପଦବୀରୁ ରଦ୍ଧ କରାଯାଇଥିବାଜଣାଯାଇଛି । ମାନ୍ୟବର ସିଭିଲ୍ କୋର୍ଟ ପକ୍ଷରୁ ଇଲେକ୍ସନ ମିଶ୍ କେଶ୍ ନଂ ୮୫/୧୭ ମୁତାବକ ଏହିଆଦେଶ ପ୍ରକାଶ ପାଇଥିବାବେଳେ ଆଶାଲତା ବାରିକଙ୍କ ପକ୍ଷରୁ ଆଇନ୍‌ଜୀବୀ ନିରଂଜନ ସାହୁ ଲଢୁଥିଲେବୋଲି ଜଣାଯାଇଛି । ପ୍ରକାଶ ଥାଉକି, ଶ୍ୟାମସୁନ୍ଦରପୁର ପଂଚାୟତର ସରପଞ୍ଚପ୍ରାର୍ଥିନୀ ଭାବେ ଝରଣା ବାରିକ ଗତ ତା ୧୮.୦୧.୧୭ ରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ସେଥିରେ ତାଙ୍କର ଦୁଇଟି ସନ୍ତାନ ଥିବା ଦର୍ଶାଯାଇଥିଲା । ଏବଂ ଗତ ତା ୨୭.୦୨.୧୭ ରିଖ ସରପଞ୍ଚଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନରେ ଝରଣା ବାରିକ ୧୬୮୬ ଖଣ୍ଡ ଭୋଟ ପାଇଥିବାବେଳେ ନିକଟତମପ୍ରତିଦ୍ୱନ୍ଦୀ ଆଶାଲତା ବାରିକ ୧୧୯୬ ଖଣ୍ଡ ଓ ଇନ୍ଦ୍ରାଣୀ ବାରିକ ମାତ୍ର ୯୭୪ ଖଣ୍ଡ ଭୋଟ୍ପାଇଥିବା ଜଣାଯାଇଛି । ଝରଣା ବାରିକଙ୍କ ପ୍ରକୃତରେ ୪ଟି ସନ୍ତାନ ଥିବା ଆଶାଲତା ବାରିକ କୋର୍ଟରେଆବେଦନ କରିବା ସହିତ ତାଙ୍କ ପଦବୀ ରଦ୍ଧ କରିବାକୁ ନିବେଦନ କରିଥିଲେ । ପ୍ରଥମ ସନ୍ତାନର ଜନ୍ମ ତା୨୦.୦୫.୧୯୯୪ ରିଖ, ୨ୟ ଥର ତା ୧୩.୦୫.୧୯୯୭ ରିଖ, ୩ୟରେ ତା ୧୩.୦୮.୧୯୯୮ ରିଖ ଓ ୪ର୍ଥର ତା ୧୫.୦୮.୨୦୦୦ ରିଖ ଥିବା ପ୍ରମାଣପତ୍ରକୋର୍ଟରେ ଦାଖଲ କରାଯାଇଥିଲା । ମାତ୍ର ବିଚାର ସମୟରେ ଝରଣା ବାରିକ ତାଙ୍କର ୩ୟ ଓ ୪ର୍ଥ ସନ୍ତାନନଥିବା ପକ୍ଷ ରଖିଥିଲେ । ଯାହା ସଂପ୍ରତି ପ୍ରମାଣ ଶୂନ୍ୟ ହୋଇଛି । ଝରଣାଙ୍କ ସ୍ୱାମୀ ଭୀମସେନବାରିକ ବୃତ୍ତିରେ ଜଣେ ଶିକ୍ଷକ ଥିବା ଏବଂ ଏଭଳି ସମସ୍ତ ମିଥ୍ୟା କାଗଜପତ୍ର ଦାଖଲ କରାଯାଇଥିବାଅଭିଯୋଗ ହେବା ସହିତ ସମସ୍ତ କାଗଜପତ୍ର ଦାଖଲ କରାଯାଇଥିଲା । ଏହି ମାମଲାରେ ଆବେଦନକାରିଣୀଝରଣାଙ୍କ ପକ୍ଷରୁ ୭ ଜଣ ଓ ଅପରପକ୍ଷରୁ ୮ ଜଣଙ୍କୁ କୋର୍ଟ ପକ୍ଷରୁ ଜେରା କରାଯାଇଥିଲା ଏବଂଆବେଦନକାରିରୀଙ୍କ ପକ୍ଷରୁ ଅପରପକ୍ଷଙ୍କ ସନ୍ତାନ ସଂପର୍କିତ ଅଙ୍ଗନୱାଡି ସର୍ଭେ ରେଜିଷ୍ଟର,ଜନ୍ମ ପ୍ରମାଣପତ୍ର ସହିତ ସମସ୍ତ ସୂଚନା ଅଧିକାର ଆଇନ୍ବଳରେ ହାସଲ କରାଯାଇଥିବା କାଗଜ ପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ଦାଖଲ କରାଯାଇଥିଲା ।ମାନ୍ୟବର ଅଦାଲତ ଶେଷରେ ଗତ ତା ୨୮.୦୨.୨୦ ରିଖରେ ସରପଞ୍ଚ ଝରଣା ବାରିକଙ୍କ ପଦବୀକୁ ରଦ୍ଧ କରିବାସହିତ ଆବେଦନକାରିଣୀ ଆଶାଲତା ବାରିକଙ୍କୁ ନିର୍ବାଚିତ ସରପଞ୍ଚ ଭାବେ କାର୍ଯ୍ୟ କରିବା ଲାଗିନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

error: Thank You Keep Visiting