ଆମେ ଦୁଇ ଆମର ଦୁଇ କର୍ମଶାଳା

An Independent Media

ଭଦ୍ରକ: ସ୍ଥାନୀୟ ଗାନ୍ଧି ପଡିଆଠାରେ ଏକ ଜନସଂଖ୍ୟା ସମାଧାନ ଜନିତକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଦ୍ୱାରା ଆଦୃତହୋଇଥିଲା । ସଂଗଠନର ରାଷ୍ଟ୍ରୀୟ ସଭାପତି ଅନିଲ ଚୌଧୁରୀ ଉପସ୍ଥିତ ରହି ପ୍ରତ୍ୟେକ ପରିବାର ୨ଟିଲେଖାଏଁ ସନ୍ତାନ ଜନ୍ମକରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ଏହା ରୋକାଯାଇପାରିବ ବୋଲି କହିଥିଲେ। ଆମ ଦେଶ ଚୀନ ଠାରୁ ଅଧିକ ଜନସଂଖ୍ୟା ଆଡକୁ ଗତିକରୁଥିବାରୁ ବିଶ୍ୱର ସବୁଠାରୁ ଜନବସତିରାଷ୍ଟ୍ରରୂପେ ପରିଗରିତ ହେବାକୁ ଯାଉଅଛି । ଏଥିପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏବଂଭଦ୍ରକ ଜିଲାରେ ଏହାର ପ୍ରସାର ପାଇଁ ଆନ୍ତରିକତା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟସଂଯୋଜକ ମମତା ସେହେଗଲ, ଧର୍ମେନ୍ଦ୍ର ଧାମା, ବିନୟ ସାହୁ, କିସନ ପରିଡା ପ୍ରମୁଖ ଯୋଗଦେଇ ଦେଶରଯୁବକଙ୍କୁ ଉଚିତ୍ ରୋଜଗାର ମିଳିବାର ଉପାୟ ଜନସଂଖ୍ୟା ନିରୋଧ ମାଧ୍ୟମରେ ହୋଇପାରିବ ବୋଲିବକ୍ତବ୍ୟରେ କହିଥିଲେ ।  ଏହି କାର୍ଯ୍ୟକୁବିସ୍ତାର କରିବା ପାଇଁ ସବୁ ପରିବାରକୁ ସଂପର୍କ କରାଯିବ । ଏଥିପାଇଁ ୧୨ ଜଣ ସକ୍ରୀୟକାର୍ଯ୍ୟକର୍ତ୍ତା ନିଜର ସମୟ ଦେବେ ବୋଲି ମତପୋଷଣ କରିଥିଲେ ।

error: Thank You Keep Visiting