ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

An Independent Media

ଭଦ୍ରକ: ନେହେରୁ ଯୁବକେନ୍ଦ୍ର ସହାୟତାରେ ଭଦ୍ରକର ଗାନ୍ଧିବାଦୀଅନୁଷ୍ଠାନ ‘ସେବାମନ୍ଦିର’ ଖଣ୍ଡତା ପଂଚାୟତ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତହୋଇଯାଇଛି ।ଏଥିରେ ପଂଚାୟତର ଶତାଧିକ ମହିଳା ଏକାଠି ହୋଇ ଦିବସଟିକୁ ଉତ୍ସବ ମୁଖର କରିଥିଲେ ।ସ୍ୱୟଂ ସହାୟିକା ଗୋଷ୍ଠୀ, କିଶୋରୀ ବାଳିକା, ମହିଳା ଶିଶୁ କଲ୍ୟାଣ ବିଭାଗର କର୍ମୀ, ଆଶାକର୍ମୀ ପ୍ରମୁଖ ଆହୁରି ଅନେକ ସାଧାରଣ ମହିଳାମାନେ ଯୋଗଦେଇଥିଲେ । ସମ୍ବଳବ୍ୟକ୍ତି ରୂପେ ଜିଲାର ମହିଳା ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା ଜୟଶ୍ରୀ ମହାନ୍ତି, ବିଭିନ୍ନ ମହଲରୁ ପୁରସ୍କୃତ ହୋଇଥିବା ଆଦର୍ଶ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଓଜ୍ୟୋସ୍ନାରାଣୀ ଦାସ, ସୁଦକ୍ଷା ଅଙ୍ଗନୱାଡି କର୍ମୀ ଜ୍ୟୋତିର୍ମୟୀପଣ୍ଡା ଏବଂ ସ୍ମୃତିରେଖା ପଣ୍ଡା ଉପସ୍ଥିତ ରହି ମହିଳାମାନଙ୍କର ମୂଲ୍ୟବୋଧ, ବର୍ତ୍ତମାନର ସ୍ଥିତି, ସେମାନଙ୍କର ଅଧିକାର, ଲିଙ୍ଗଗତ ସମାନତା ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଆଜି ଦେଶ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି ଇତ୍ୟାଦି କ୍ଷେତ୍ରରେ ବିକାଶ ଲାଭକରିଥିବା ସ୍ଥଳେ ବଳାତ୍କାର, ମହିଳାମାନଙ୍କ ପ୍ରତି ଅତ୍ୟାଚାର, ଶୋଷଣ, ଚାଲାଣ, କନ୍ୟାଭ୍ରୁଣ ହତ୍ୟା ଇତ୍ୟାଦି ବଢିବାରେ ଲାଗିଛି । ମହିଳମାନଙ୍କ ସଂଖ୍ୟା କମ୍ଅଛି । ଏଥିନିମନ୍ତେ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ସଂଗଠନର ସଂପାଦିକା ନିରୁପମାମହାନ୍ତି ପରିଚାଳନା କରିଥିଲେ ।

error: Thank You Keep Visiting