ମା’ ଛେଉଣ୍ଡ ଯୁବତୀ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରେମିକର ପ୍ରତାରଣା

An Independent Media

କଳାହାଣ୍ଡି :  ୧୯ ବର୍ଷ ବୟସ୍କା ମା’ ଛେଉଣ୍ଡ ଯୁବତୀ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରେମିକର ପ୍ରତାରଣା  ଘଟଣା ସାମ୍ନାକୁ ଆସିବା ପରେ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ପ୍ରେମିକ ଥାନାରେ ଅଟକ ରହିଛି । ପୀଡିତା ଓ ନବଜାତ ଶିଶୁ କନ୍ୟାଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଜାକେଶପଦର ଗାଁର ୧୯ ବର୍ଷ ବୟସ୍କା ଯୁବତୀ ସେହି ଗାଁ ର ରାବିତ ନାଏକଙ୍କ ପ୍ରେମରେ ଶାରରିକ ସଂପର୍କ ରଖି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରେମିକ ରାବିତ ନାଏକ ଶିଶୁ କନ୍ୟା ବାପା ବୋଲି ମାନିବାକୁ ନାରାଜ । ଫଳରେ ପୀଡିତା ଯୁବତୀ ଗତ ଛଅ ଦିନ ହେବ ଏକ ପରିତ୍ୟକ୍ତ କୋଠରୀରେ ଆଶ୍ରା ନେଇଥିବା ବେଳେ ପୂର୍ବରୁ ମା’ ଛେଉଣ୍ଡ ଯୁବତୀକୁ ସାବତ ମା’ ନିଜ ଘରେ ରଖିବାକୁ ମନା କରିଦେଇଛନ୍ତି । ଏନେଇ ଏସ୍‌ସି/ଏସଟି ମନିଟରିଂ କମିଟି ତଥା ଆଦିବାସୀ ସଂଘ ସଦସ୍ୟ ସୂଚନା ପାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି । ଥୁଆମୂଳ ରାମପୁର ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତ ପ୍ରେମିକକୁ ଗିରଫ କରିବା ସହ ତଦନ୍ତ ଜାରି ରହିଛି   ।

error: Thank You Keep Visiting