କରୋନା ପ୍ରଭାବରେ ଆଖଣ୍ଡଳମଣିଙ୍କ ଠାରେ ବନ୍ଦ ରହିଲା ଭକ୍ତଙ୍କ ଦର୍ଶନ
ଆରଡ଼ି :ସାରା ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଚାଲିଛି ।ଏଥିରୁ ବାଦ ପଡିନି ଭଦ୍ରକ ର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ମନ୍ଦିର ।ଆଜି ଠାରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଆଖଣ୍ଡଳମଣି ମନ୍ଦିରର ଭକ୍ତଙ୍କ ସାଧାରଣ ଦର୍ଶନ କୁ ବନ୍ଦ କରିଛି । ଜିଲ୍ଲା ପ୍ରଶାସନ ।କେବଳ ସେବାୟତମାନେ ବାବାଙ୍କ ନୀତି ଏବଂ ପୂଜା କରିବେ। ତେଣୁ ଆଜି ସକାଳ ମଙ୍ଗଳ ଆରତି ପରେ ମନ୍ଦିର ପ୍ରଶାସସନ ତରଫରୁ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି। ତାହାସହ ପୀଠରେ ବିଭିନ୍ନ ସ୍ଥାନରେ ସଚେତନା ମୂଳକ ପୋଷ୍ଟର ମଧ୍ୟ ଲଗାଯାଇଛି । ଏବଂ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମଧ୍ୟ ମନ୍ଦିର ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜଣାଇ ଦିଆଯାଉଛି ଯେ ମନ୍ଦିର ପୁଷ୍କରିଣୀରେ ଗାଧୁଆ ନିଷେଧ ବୋଲି ଏବଂସମସ୍ତେ ମାସ୍କ ବ୍ୟବହାର କରନ୍ତୁ । ତା ସହିତ ସାନିଟାରୀ ନିତ୍ୟ ବ୍ୟବହାର କରନ୍ତୁ।