ଦିନରେ ଗୋଡ଼ାଇ ପିଟୁଛି ପୋଲିସ

An Independent Media

ଆରଡ଼ିରେ ଲକ୍ ଡାଉନ ପ୍ରଭାବରେ ଅତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ ନପାଇ ଲୋକେ ହଟହଟା

ଆରଡ଼ି : ସାରା ରାଜ୍ୟରେ ଏବେ କୋରନା ପ୍ରଭାବରେ ଲୋକେ ଭୟବିତ । ସବୁ ଆଡେ ଦେଖିବାକୁ ମିଳୁଛି ଶୂନ ସାନ ।ଏଥିରୁ ବାଦ ପଡିନି ଭଦ୍ରକ ର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠ ।ଆରଡ଼ି ଧାମ ଯେଉଠିକି ପ୍ରତେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେକିବାକୁ ମିଳେ ।କୋରନା ପ୍ରଭାବରେ ପ୍ରଧାନମନ୍ତ୍ରୀ ସାରା ଦେଶକୁ ଲକଡାଉନ ଅପ୍ରେଲ ୧୪ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ।ଏହି ଲକ ଡାଉନ ପ୍ରଭାବରେ
ଲୋକଙ୍କ ର ଖାଦ୍ୟ ସାମଗ୍ରୀ ନିହାତି ଜରୁରୀ ହୋଇପଡ଼ିଛି।ଏପରି ସମୟରେ ଭଦ୍ରକ ର ଆଖଣ୍ଡଳମଣି ପୀଠରେ ପ୍ରଶାସନ ର ଅତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ ସମୟସୀମା ପରିବର୍ତ୍ତନ କରାଯାଉ ।ଏହି ଆରଡ଼ି ପଂଚାୟତ ର ,ବହୁ ଜନସଂଖ୍ୟା ଥିବାରୁ ଅତ୍ୟବଶ୍ୟକ ଦୋକାନ ମାତ୍ର ୧୦ ଟି ।ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି ।ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଦିନରେ  ପିଟୁଛି ପୋଲିସ । କିଏ ସାମଗ୍ରୀ ପାଉଛି ତ ଆଉ ଆଉ କିଏ ଖାଲି ବ୍ୟାଗ ଧରି ଘରକୁ ଫେରୁଛି ।ଏଭଳି ପରିସ୍ଥିତି ରେ ସାଧାରଣ ଗରିବ ଖଟିକିଆ ଙ୍କ ଚୁଲି ଜଳୁନାହିଁ ।ଏବଂ କିଛିଲୋକ ଙ୍କ  ଘରେ ଚାଉଳ ଅଛି , ତ ଆଉ କାହା ଘରେ ତେଲ ଟିକେ ନାହିଁ ଭଲ ଭାବେ ବଜାର କୁ ଆସିହେଉନାହିଁ ।ବଜାର କୁ ଆସିଲେ ମନରେ ଭୟ ରହୁଛି ପୋଲିସ କୁ ।ଯାହା କୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେବା କୁ ପଡୁଛି।ତୁରନ୍ତ ଜିଲ୍ଲା ପ୍ରଶାସନ ଅତ୍ୟବଶ୍ୟକ ଖାଦ୍ୟ ସାମଗ୍ରୀ ସମୟ ସୀମା ପରିବର୍ତ୍ତନ କରନ୍ତୁ।

error: Thank You Keep Visiting