ସରକାରୀ ବିହନ ଗଜା ହେଉନି,ଚାଷୀକୂଳ

Straight to the Point

ଜଗତସିଂହପୁର: ନାଉଗାଁ ବ୍ଲକରେ ଚାଷୀମାନଙ୍କ ପାଇଁ ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ଧାନ ବିହନ ଗଜା ହେଉନଥିବା ନେଇ ଚାଷିକୂଳ ଏକପ୍ରକାର ଚିନ୍ତାରେ ଥିବା ଜଣାପଡିଛି । ବ୍ଲକର ଚାଷୀମାନଙ୍କ କହିବା ଅନୁସାରେ ନାଉଗାଁ ବ୍ଲକରେ ୬ଟି ସୋସାଇଟି ମାଧ୍ୟମରେ ୪ହଜାର ୪ଶହ ୯୯ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ଆବଶ୍ୟକ ଓ ଚାହିଦା ମୁତାବକ ବିହନ ମିଳିନଥିଲା । ଯାହାକି ଏକ ହଜାର କ୍ୱିଣ୍ଟାଲ ବିହନ ଆବଶ୍ୟକ ଥିବା ସ୍ଥଳେ ରାଜ୍ୟ ବିହନ ନିଗମ ପକ୍ଷରୁ ୪୨୪କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଇଥିଲା । ନାଉଗାଁ ସେବା ସମବାୟ ସମିତିରୁ ଯେଉଁ ବିହନ ମିଳିଥିଲା ତାହା ଧଳା ସ୍ୱର୍ଣ୍ଣ ବିହନ । ଚାଷୀମାନେ ଏହି ବିହନକୁ ଆଣି ତଳି ପ୍ରସ୍ତୁତ କରି ଜମିରେ ପକାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଗଜା ବାହାରିନଥିବା ଜଣାପଡିଛି । ଏହି ବିହନ ବିଶୋଧିତ ହୋଇ ଅଧିକ ଅମଳ ପାଇଁ ଚାଷୀମାନେ ଘରୋଇ ବିହନ ବ୍ୟବହାର ନକରି ସରକାରୀ ବିହନ ବ୍ୟବହାର କରିବା ପାଇଁ ନିର୍ଭର କରିଥିଲେ । କିନ୍ତୁ ଚାଷୀମାନଙ୍କ ଆଶା ବର୍ତ୍ତମାନ ଏକପ୍ରକାର ମଉଳୀ ଯାଇଛି । ବର୍ତ୍ତମାନ ଚାଷୀମାନେ ଥରେ ସରକାରୀ ବିହନ ପକାଇ ଗଜା ହେଉନଥିବା ସ୍ଥଳେ କେଉଁଠୁ ବିହନ ଆଣି ତଳି ପକାଇବେ ଚାଷୀମାନଙ୍କ ଚିନ୍ତାର କାରଣ ହୋଇଥିବା ଛତିଆନା, ଜାମୁଗାଁ, ନନିଗାଁ, ସୁଣ୍ଠଳ, ଚକୁଳିପଡା ଇତ୍ୟାଦି ଗ୍ରାମର ·ଷୀମାନେ ଅଭିଯୋଗ ଆଣିଛନ୍ତି । ତେଣୁ ରାଜ୍ୟ ବିହନ ନିଗମ ଚାଷୀଙ୍କୁ ଯୋଗାଇଥିବା ବିହନକୁ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି । ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥିବାବେଳେ କିଛି ଅସାଧୁ ବ୍ୟବସାୟୀ ତଥା କର୍ମ·ରୀମାନେ ଏହାର ଦୁରୁପେଯାଗ କରୁଥିବା ନେଇ ସରକାରଙ୍କର ଯୋଜନା ଅଧ ବାଟରେ ହିଁ ଅଟକି ଯାଉଥିବା ଜଣାପଡିଛି ।

[amazon_link asins=’B071FGDH3D,B06XKXCX9N,B01CJUZPSU,B0711SD5RP,B079NP4MC9,B01HBF5WBI,B01L22X4KM,B079NF7Y5J,B01CJULE94′ template=’ProductCarousel’ store=’odishajournal-21′ marketplace=’IN’ link_id=’38c04c61-86b1-11e8-9bcc-b3319480dc8a’]

error: Thank You Keep Visiting