ବିପୁଳ ମହୁଲି ମଦ ଜବଦ,୨ ଗିରଫ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ

An Independent Media

ନୀଳଗିରି: ଆଜି ବାଲେଶ୍ୱର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଂଟ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ନୀଳଗିରି ଅବକାରୀ ନିରୀକ୍ଷକ କରୁଣାଶଙ୍କର ତିୱାରୀ, ଅବକାରୀ ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ଦେଶୀ ମହୁଲୀ ମଦ, ପୋଚ, ରନ୍ଧା ମହୁଲୀ ମଦ ଜବଦ କରିବା ସହିତ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୨ଜଣ ଫେରାର୍ ଥିବା ଜଣା ପଡିଛି । ଆଜି ସକାଳେ ନୀଳଗିରି ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଂଚାୟତ ପୁନ୍ଦାଳ ଗ୍ରାମର ଜୟନ୍ତ ମୁଖୀ (୨୯)ଙ୍କ ଘରୁ ୧୮୦ ଲିଟର ଦେଶୀ ରନ୍ଧା ମହୁଲୀ ମଦ, କନ୍ଦୁ ସିଂ (୨୯)ଙ୍କ ଘରୁ ୨୪୪୦ ଲିଟର ପୋଚ ଏବଂ ମଦରନ୍ଧା ସରଞ୍ଜାମ, ସୁନାରାମ ସିଂଙ୍କ ଘରୁ ୬୦ଲିଟର ଦେଶୀ ମହୁଲୀ ମଦ, ୧୪୦୦ ଲିଟର ପୋଚ ଏବଂ ନୀଳଗିରି ଏନ୍.ଏ.ସି. ଅନ୍ତର୍ଗତ ସାନଅତା ଗ୍ରାମର ରବି ବିନ୍ଧାଣୀଙ୍କ ଘରୁ ୭ଲିଟର ଦେଶୀ ମହୁଲୀ ମଦ ଜବଦ କରିବା ସହ ୪୨/୨୦୧୮-୧୯ ମୂଳେ ମୋକଦ୍ଦମା ରୁଜ୍ଜୁକରି କୋର୍ଟ ଫରୱାର୍ଡ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ୨ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଥିରେ ସମୁଦାୟ ୨୪୭ଲିଟର ମହୁଲୀ ମଦ ଏବଂ ୩୮୪୦ଲିଟର ପୋଚ ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୮ହଜାର ୭ ଶହ ଟଙ୍କା ହେବବୋଲି ବିଭାଗୀୟ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ।

error: Thank You Keep Visiting