ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚାରଣ ମାମଲାରେ କୋର୍ଟ ଚାଲାଣ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମୁଳୁଗାଁ ଖାନାବାଡି ଗ୍ରାମର ଜଣେ ୩୦ବର୍ଷିୟା ଯୁବକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚାରଣ ମାମଲାରେ ବାଲିକୁଦା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ମୁଳୁଗାଁ ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କୃଷ୍ଣଦାସପୁର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିବା ସମୟରେ ମୁଳୁଗାଁ ଥାନାବାଡି ଗ୍ରାମର ଗୋବିନ୍ଦ ସେଠୀଙ୍କ ପୁଅ ସମିର ସେଠୀ(୩୦)ଛାତ୍ରୀ ଜଣଙ୍କୁ କହିଥିଲେ ଆ ମୁଁ ତତେ ସ୍କୁଲରେ ଛାଡିଦେବି । ଅଟୋକୁ ଅପେକ୍ଷା କରିଥିବା ଛାତ୍ରୀ ଜଣକ କିଛି ନଭାବି ସମିରଙ୍କ ଗାଡିରେ ବସିଥିଲା । ଅଭିଯୁକ୍ତ ସମିର ଛାତ୍ରୀ ଜଣଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇ ଅସାଦାଚାରଣ କରିବା ସମୟରେ ଛାତ୍ରୀ ଜଣକ ଚିତ୍କାର କରିଥିଲା । ଛାତ୍ରୀର ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ଲୋକ ଓ ବିଲରେ ଚାଷ କାମ କରୁଥିବା ଲୋକ ଦୌଡି ଆସିବାରୁ ସମିର ସେଠାରୁ ଫେରାର ହୋଇଯାଇଥିଲା । ଛାତ୍ରୀ ଜଣକ ଘରକୁ ଯାଇ ସମସ୍ତ କଥା ମା ବାପାଙ୍କୁ କହିବା ପରେ ବାପା ବାଲିକୁଦା ଥାନାରେ ଏକ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ପିଏସ କେଶ୍ ନଂ ୯୮/୧୮ ରୁଜୁ କରି ସବଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ କେଶ୍କୁ ଗୁରୁତର ସହ ନେଇ ଅଭିଯୁକ୍ତ ସମିରଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସମିରକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇ ଆଜି ଅଭିଯୁକ୍ତ ସମିରକୁ ଦଫା ୩୬୩/୩୫୪(ଏ)୮ ପସ୍କୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ବାଲିକୁଦା ଥାନା ସବଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ସମିରର ଜାମିନ ନାମଞ୍ଜୁର ହେବାରୁ ତାକୁ ଆଳିପିଙ୍ଗଳ ଉପକାରାଗାରକୁ ପଠାଇଦିଆଯାଇଛି ।

error: Thank You Keep Visiting