ପାଞ୍ଚବର୍ଷ ପରେ ମାଆ କୋଳକୁ ଫେରିଲା ପୁଅ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୁଣ୍ଡିତ ଗ୍ରାମର ଜଣେ ମାଆ ତା’ର ପୁଅକୁ ଜ୍ଞାନଦେବୀ ନାରି ସୁରକ୍ଷା ଉଦ୍ୟମରେ ଫେରିପାଇଥିବା ସୂଚନା ମିଳିଛି । ଜ୍ଞାନଦେବୀ ନାରୀ ସୁରକ୍ଷା କମିଟି ସଭାପତି ମିଲନ ଜେନାଙ୍କ କହିବା ଅନୁସାରେ ତିର୍ତ୍ତୋଲ ଥାନା ଅଞ୍ଚଳର ମୁଣ୍ଡିଦା ଗ୍ରାମର କାର୍ତ୍ତିକ ସାମଲ ଭୁବନେଶ୍ୱରରେ ରହି କାର୍ଯ୍ୟକରନ୍ତି । ସେଠାରେ ସେ ରହି କାର୍ତ୍ତିକ ସାମଲଙ୍କ ଅନ୍ୟ ଜଣେ ମହିଳା ଙ୍କ ସହ ସଂପର୍କ ଥିବାରୁ ସେ ଆଉ ଘରକୁ ଆସୁନଥିଲେ । ବିବାହିତ ସ୍ତ୍ରୀ ଆରତୀ ସାମଲ ଘରେ ନଥିବା ସମୟରେ କାର୍ତ୍ତିକ ଘରକୁ ଆସି ପୁଅକୁ ପାଠପଢିବା ବାହାନାରେ ଘରୁ ଭୁବନେଶ୍ୱର ନେଇ ପଳାଇଥିଲା । ପୁଅକୁ ନପାଇ ମା ବ୍ୟାକୁଳ ହୋଇ କୃଷ୍ଣାନନ୍ଦପୁର ଫାଣ୍ଡି ଓ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ହୋଇ ନଥିଲା । ଶେଷରେ ନିରାଶ ହୋଇ ଜଗତସିଂହପୁର ଜ୍ଞାନଦେବୀ ନାରିସୁରକ୍ଷା କମିଟିର ଆଶ୍ରୟ ନେଇଥିଲା । ନାରୀ ସୁରକ୍ଷା କମିଟିର ସଭାନେତ୍ରୀ ମିଲନ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜକ ବିନତା ମଲ୍ଲ,ତିର୍ତ୍ତୋଲ ସଂଯୋଜକ ନରେନ୍ଦ୍ର ବେହେରା ଭୁବନେଶ୍ୱର ଯାଇ ଖଣ୍ଡଗିରି ଥାନାରେ କାର୍ତ୍ତିକ ସଂପର୍କରେ ଅଭିଯୋଗ କରି କାର୍ତ୍ତିକକୁ ଖଣ୍ଡଗିରି ପୋଲିସ ଗିରଫ କରି ପୁଅ ଚିରଞ୍ଜିବ ସାମଲ (୧୨) କୁ ଉଧାର କରି ଜନ୍ମିତ ମା ଆରତି ସାମଲଙ୍କୁ ହସ୍ତାନ୍ତର କରିଥିଲେ । ପୁଅ ଚିରଞ୍ଜିବ ଫେରିବା ପରେ ସେ ଗ୍ରାମବାସୀ ଓ ଜ୍ଞାନଦେବୀ ନାରୀ ସୁରକ୍ଷା କମିଟିକୁ କହିଥିଲେ ଯେ ବାପାଙ୍କ ପାଖରେ ଥିବା ମହିଳାଟି ମତେ ମାଡ ମାରିବା ସହିତ ଖାଇବାକୁ ଦେଉନଥିଲା ବୋଲି ଅଭିଯୋଗ ହୋଇଥିଲା । ଆରତି ସାମଲ ପୁଅକୁ ପାଇ ଖୁସି ଥିବା ସମୟରେ ନାରୀ ସୁରକ୍ଷା କମିଟିକୁ କୃତଜ୍ଞତା ଜଣାଇଛନ୍ତି ।

error: Thank You Keep Visiting