ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ବିଜୟ ଦାସ ପରିବାର

Straight to the Point

ଜଗତସିଂହପୁର: ଭୂମିହିନ ମାନଙ୍କୁ ଘର ଢିଅ ପଟ୍ଟା, କୁଡିଆ ଘରେ ବାସ କରୁଥିବା ଲୋକମାନଙ୍କୁ ବିଜୁ ପକ୍କା ଗୃହ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଅନେକ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରୁଥିଲେ ମଧ୍ୟ ଏ ସମସ୍ତ ଯୋଜନାର ସୁଫଳ ବହୁ ଗରୀବ ଭୂମୀହିନ ଲୋକ ପାଇବାରୁ ବଂଚିତ ହେଉଛନ୍ତି । ଯାହାର ଜ୍ୱଳନ୍ତ ପ୍ରମାଣ ହେଉଛି ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ପୁରୁଣ ବସନ୍ତ ଗ୍ରା.ପ.ର ବାଲଅଂଶା ଗ୍ରାମର ବିଜୟ ଦାସ । ବିଜୟ ଦାସ ଜଣେ ଭୂମିହୀନ ଗରୀବ ଦିନ ମଜୁରିଆ ଅଟନ୍ତି । ନିଜର ଘରଢିଅ ବା ଭୂମିହିନ ହୋଇଥିବାରୁ ସେ ବାଲଅଂଶା ଗ୍ରାମର ସରକାରୀ ଯାଗାରେ ଭଙ୍ଗା କୁଡିଆ ଘରେ ନିଜର ପରିବାରକୁ ନେଇ ଜୀବନ ବିତାଉଛନ୍ତି । ଏହି ସରକାରୀ ଯାଗାରେ ବିଜୟ ଦାସ ଆଜକୁ ୩୦ ବର୍ଷ ହେଲା ରହିଆସୁଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ଘରଢିହ ପଟ୍ଟା ଦିଆଯାଇନାହିଁ । ଘରଢିହ ପଟ୍ଟା ପାଇଁ ସେ ତହସିଲ କାର୍ଯ୍ୟାଳୟକୁ ଦୈାଡି ଦୈାଡି ଶେଷରେ ନିରାଶ ହୋଇ ନିଜର ଭାଗ୍ୟକୁ ଆଦରି ଅତି ଦୟନିୟ ଅବସ୍ଥାରେ ସରକାରୀ ଯାଗାରେ କୁଡିଆ ଘରେ ତାର ସ୍ତ୍ରୀ ଏବଂ ପୁଅ ଝିଅକୁ ନେଇ ଜୀବନ ବିତାଉଛନ୍ତି । ବିଜୟ ଦାସଙ୍କ ପାଇଁ ବିଜୁ ପକ୍କା ଗୃହ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୭ ଶପନ,ବିଜୁ ପକ୍କା ଘର ପାଇବା ପାଇଁ ବହୁ ନେତାଙ୍କ ଓ ସରକାରୀ ପଦାଧିକାରୀମାନଙ୍କୁ ଗୁହାରୀ କରି ନିରାଶ ହୋଇଛନ୍ତି । ଜଗତ୍ସିଂହପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଭୂମୀହିନ ବିଜୟ ଦାସ ପରିବାରକୁ ଘର ଢିହ ପଟା ଯୋଗାଇଦେବା ସହିତ ଏକ ବିଜୁ ପକ୍କାଗୃହ କାର୍ଯ୍ୟାଦେଶ ଦେବାକୁ ସାଧାରଣରେ ଦାବୀ ହେଉଛି ।

error: Thank You Keep Visiting