କୃଷ୍ଣାନନ୍ଦପୁର ସାଇଫନ ନିକଟରେ ୩ ଫୁଟ ଉଚ୍ଚର ଖାଲ

Straight to the Point

ଜଗତସିଂହପୁର: ପାଇକା ନଦୀର କୃଷ୍ଣାନନ୍ଦପୁର ଠାରେ ସାଇଫନ୍ ନିକଟରେ ଏକ ୩ ଫୁଟ ଗଭୀର ଖାଲ ଆଜକୁ ୪ ବର୍ଷ ହେଲା ହୋଇଥିଲେ ମ୍ମ ଏପର୍ଯ୍ୟନ୍ତ ସେହି ଖାଲଟିକୁ ପୋତା ଯାଉନାହିଁ । ଯାହାଫଳରେ ଜନସାଧାରଣ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସାଇଫନ ପୋଲ ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଓ ଶହ ଶହ ଯାନବାହାନ ଯାତାୟତ କରିଥାନ୍ତି । ଏହି ସାଇଫନ ପୋଲ ଉପରେ ବିଶେଷକରି ବିଶନପୁର, କୃଷ୍ଣାନନ୍ଦପୁର, କନିମୂଳ, ଶଙ୍ଖେଶ୍ୱର, କୋଲଟା, କଦମ୍ବଛନ୍ଦା, ନୂଆଗାଁ, ମତ୍ତଗଜପୁର ଆଦି ବହୁ ଅଂଚଳର ହଜାର ହଜାର ଲୋକ ଯାତାୟତ ଉପରେ ନିର୍ଭର କରିଥାନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଖାଲଟିକୁ ପୋତାଯାଇ ଢଲେଇ କରିବାକୁ ସାଧାରଣରେ ଦାବୀ ହେଉଛି ।

error: Thank You Keep Visiting